ଭୁବନେଶ୍ଵର: ଦୁଇ ବର୍ଷରେ ଗଲାଣି ୨୦୭ ଦାଦନ ଶ୍ରମିକଙ୍କ ଜୀବନ । ୨୦୨୩-୨୪ରେ ରାଜ୍ୟ ଏବଂ ଦେଶ ବାହାରେ କାମ କରିବାକୁ ଯାଇ ୨୦୭ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ମୃତ ଦାଦନ ଶ୍ରମିକଙ୍କୁ ଫେରାଇ ଆଣିବାକୁ ସରକାର ୩୦ ଲକ୍ଷ ୨୯ ହାଜର ୮୫୪ ଟଙ୍କା ଖର୍ଚ୍ଚ କରିଛନ୍ତି । ସର୍ବାଧିକ ବ୍ରହ୍ମପୁରର ୨୭ ଜଣ, ବଲାଙ୍ଗୀରର ୨୩ ଜଣ, ଛତ୍ରପୁରର ୨୨ ଜଣ, କଳାହାଣ୍ଡି ଓ କନ୍ଧମାଳର ୧୬ ଲେଖାଏଁ, ମୟୂରଭଞ୍ଜ, ନବରଙ୍ଗପୁର ଓ ରାୟଗଡ଼ାରେ ୧୩ ଜଣ ଲେଖାଏଁ ଦାଦନ ଶ୍ରମିକଙ୍କର ମୃତ୍ୟୁ ହୋଇଛି ।