ଭୁବନେଶ୍ୱର : ଓଡ଼ିଶାର ଚାରି ସହର ଖୋର୍ଦ୍ଧା, ଜଟଣୀ, ଝାରସୁଗୁଡ଼ା ଓ ବାରିପଦାରେ ଆରମ୍ଭ ହେଲା ପାଇଲଟ ପ୍ରୋଜେକ୍ଟ 'ନକ୍ସା' । ଦେଶର ୧୫୨ ଟି ସହରରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାର ୪ଟି ସହର ଏଥିରେ ଅନ୍ତର୍ଭୁକ୍ତ ହୋଇଛି । ମଙ୍ଗଳବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।
ଖୋର୍ଦ୍ଧାର ଟାଉନ ହଲରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ପୌରଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି ଓ ଜିଲ୍ଲାପାଳ ଚଞ୍ଚଳ ରାଣା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯୋଜନାର ଶୁଭାରମ୍ଭ ପାଇଁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ପୌରଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି ଓ ଜିଲ୍ଲାପାଳ ଚଞ୍ଚଳ ରାଣା ପ୍ରମୁଖ ଉପସ୍ଥିତ ଥିଲେ। ସହର ଜମିର ଡିଜିଟାଲ ରେକର୍ଡ ସର୍ଭେ ଏହି ଯୋଜନାର ଲକ୍ଷ୍ୟ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ :- ୩ ବର୍ଷ ମଧ୍ୟରେ ବାହାର ରାଜ୍ୟରେ ମୃତ୍ୟୁବରଣ କରିଛନ୍ତି ୨୬୨ ଜଣ ଶ୍ରମିକ