ଭୁବନେଶ୍ୱର: ଗତ ୩ ବର୍ଷରେ ବାହାର ରାଜ୍ୟରେ ମୃତ୍ୟୁ ବରଣ କରିଛନ୍ତି ୨୬୨ ଜଣ ଶ୍ରମିକ । ସରକାରଙ୍କ ତରଫରୁ ସେମାନଙ୍କ ମୃତଶରୀରକୁ ସ୍ବ-ଗ୍ରାମକୁ ଅଣାଯାଇ ଶେଷକୃତ୍ୟ ସମ୍ପାଦନ ନିମନ୍ତେ ୩୩,୬୯,୮୫୪ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଅଛି । କଂଗ୍ରେସ ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନର ଉତ୍ତର ରଖି ଶ୍ରମ ମନ୍ତ୍ରୀ ଏହା କହିଛନ୍ତି ।
ଗତ ବର୍ଷରେ ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ନିୟନ୍ତ୍ରଣ ଓ ସେବା ସର୍ଭ) ଅଧିନିୟମ, ୧୯୭୯ ଅନୁଯାୟୀ, ୭୦୧୪୨ ଜଣ ପ୍ରବାସୀ ଶ୍ରମିକଙ୍କୁ ବାହାର ରାଜ୍ୟରେ ନିୟୋଜନ ନିମନ୍ତେ ଠିକାଦାରମାନଙ୍କୁ ୧,୦୩୭ ଗୋଟି ଲାଇସେନ୍ସ ପ୍ରଦାନ କରାଯାଇଅଛି। ବିଗତ ୩ ବର୍ଷ ମଧ୍ୟରେ ୨୬୨ ଜଣ ଶ୍ରମିକ ବାହାର ରାଜ୍ୟରେ ମୃତ୍ୟୁବରଣ କରିଥିବାର ସୂଚନା ରହିଅଛି । ସରକାରଙ୍କ ତରଫରୁ ସେମାନଙ୍କ ମୃତଶରୀରକୁ ସ୍ବ-ଗ୍ରାମକୁ ଅଣାଯାଇ ଶେଷକୃତ୍ୟ ସମ୍ପାଦନ ନିମନ୍ତେ ୩୩,୬୯,୮୫୪ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଅଛି ।
କଂଗ୍ରେସ ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନର ଉତ୍ତର ରଖି ଶ୍ରମ ମନ୍ତ୍ରୀ କହିଛନ୍ତି, ୩ ବର୍ଷରେ ୨୬୨ ଜଣ ଦାଦନ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ୨୦୨୪ରେ ୭୦ ହାଜର ୧୪୨ ଜଣ ପ୍ରବାସୀ ଶ୍ରମିକ ବାହାରକୁ କାମ କରିବାକୁ ଯାଇଛନ୍ତି ।