ଭୁବନେଶ୍ୱର: ରାଜ୍ୟରୁ ଶୀତର ପ୍ରକୋପ କ୍ରମଶଃ ଅପସରିଯିବା ପରେ ଏବେ ପୁଣି ପାଗରେ ପରିବର୍ତ୍ତନ ଦେଖା ଦେବ। ଆଜି ଠାରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ଦୁଇ ତିନି ଦିନ ଧରି ରାଜ୍ୟର ଉପକୂଳ ଓ ଉତ୍ତର ଓଡିଶାରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହେବ । ପଶ୍ଚିମାଝଡ଼ ଓ ଘୁର୍ଣ୍ଣିବଳୟ ପ୍ରଭାବରେ ପାଣିପାଗରେ ପରିବର୍ତ୍ତନ ହେବାକୁ ଯାଉଛି ।ଏହା ସହିତ ରାଜ୍ୟର କେତେକାଂଶରେ ଘଡଘଡି ଓ ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଆଜି ସ୍ଥାନରେ ଅଧିକ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି । ଢେଙ୍କାନାଳ, କେନ୍ଦୁଝର ଓ ଯାଜପୁରରେ ମାଧ୍ୟମ ଧରଣର ବର୍ଷା ହେବ । ଫୁଲବାଣୀ, ଗଂଜାମ ଓ ଗଜପତି ଆଦି ସ୍ଥାନରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।
ଆଗାମୀ ୨୦ ରୁ ୨୩ ତାରିଖ ମଧ୍ୟରେ ଉତ୍ତର ଓଡ଼ିଶାରେ ବିଭିନ୍ନ ସ୍ଥାନ ବର୍ଷାରେ ଭିଜିବ । ସେହିପରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ ରହିଛି । ଏହା ସହିତ ପାଣିପାଗ ପରିବର୍ତ୍ତନ ଯୋଗୁଁ ରାତିରେ ତାପମାତ୍ରା ଦୁଇ ରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ଆଗକୁ ପଢନ୍ତୁ: ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା: ଆଜି ନବନିର୍ବାଚିତ ବିଧାୟକଙ୍କର ବୈଠକ