ମସ୍କୋ: ରୁଷ କହିଛି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ। କ୍ରେମଲିନ୍ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ଆବଶ୍ୟକ ହେଲେ, ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ମଧ୍ୟ ପରାମର୍ଶ କରାଯିବ। ତଥାପି, କ୍ରେମଲିନ୍ ଜେଲେନସ୍କିଙ୍କ ବୈଧତା ଉପରେ ପ୍ରଶ୍ନ ଉଠାଇଛି। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ ୟୁକ୍ରେନ ସହିତ ହୋଇଥିବା ଚୁକ୍ତି ଉପରେ କହିଛନ୍ତି ଯେ ଯେକୌଣସି ଚୁକ୍ତିର ଏକ ଆଇନଗତ ଆଧାର ରହିବା ଆବଶ୍ୟକ। କ୍ରେମଲିନ୍ର ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ୟୁକ୍ରେନ୍ରେ ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା ଏବଂ ରୁଷିଆ ଅଧିକାରୀମାନେ ସାଉଦି ଆରବରେ ସାକ୍ଷାତ କରିଛନ୍ତି।
ମଙ୍ଗଳବାର ଦିନ ଦିମିତ୍ରୀ ପେସକୋଭ କହିଛନ୍ତି, 'ପୁଟିନ ନିଜେ କହିଛନ୍ତି ଯେ ଆବଶ୍ୟକ ହେଲେ ସେ ଜେଲେନସ୍କିଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ, କିନ୍ତୁ ଜେଲେନସ୍କିଙ୍କ ବୈଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ଯୋଗୁଁ ଚୁକ୍ତିନାମାର ଆଇନଗତ ଆଧାର ଆଲୋଚନାରେ ରହିଛି।' ପ୍ରକୃତରେ, ସାଉଦିରେ ଅନୁଷ୍ଠିତ ବୈଠକରେ ୟୁକ୍ରେନକୁ ନିମନ୍ତ୍ରଣ କରାଯାଇ ନାହିଁ। ଏହା ଉପରେ ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ନିଜ ସମ୍ମତି ବିନା କୌଣସି ଶାନ୍ତି ଚୁକ୍ତିନାମା ଗ୍ରହଣ କରିବ ନାହିଁ।
ୟୁରୋପୀୟ ସଂଘ ମୁଖ୍ୟ ଉର୍ସୁଲା ଭନ୍ ଡେର ଲେଏନ୍ ଆମେରିକୀୟ ରାଷ୍ଟ୍ରଦୂତ କିଥ୍ କେଲଗଙ୍କୁ କହିଛନ୍ତି ଯେ ୟୁରୋପ ୟୁକ୍ରେନରେ ଶାନ୍ତି ପାଇଁ ଆମେରିକା ସହିତ କାମ କରିବାକୁ ଚାହୁଁଛି ଏବଂ କିଭକୁ ସାମରିକ ସହାୟତା ବୃଦ୍ଧି କରିବାକୁ ପ୍ରସ୍ତୁତ। ସେ କହିଥିଲେ, 'ଆମେ ୟୁକ୍ରେନରେ ସ୍ଥାୟୀ ଶାନ୍ତି ଆଣିବା ପାଇଁ ଆମେରିକା ସହିତ ଭାଗୀଦାର ହେବାକୁ ଚାହୁଁଛୁ।' ଏଥିପାଇଁ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସମୟ।"
ଅଧିକ ପଢ଼ନ୍ତୁ: ଚେତାବନୀ ଜାରି କଲେ ନେପାଳ ସରକାର