ଶନିବାର ରାଜ୍ୟ ଅତିଥି ଭବନରେ ଓଡ଼ିଶାର ଆଇନଶୃଙ୍ଖଳା ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ।ଏହି ବୈଠକରେ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟ ପୋଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ଥାନାକୁ ଆସୁଥିବା ଅଭିଯୋଗକାରୀ ଯେପରି ହଇରାଣ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏହା ସହ ପୋଲିସ ଲୋକଙ୍କୁ ଉତ୍ତମ ବ୍ୟବହାର କରୁ । ଲୋକଙ୍କୁ କିଭଳି ଗୁଣାତ୍ମକ ସେବା ପ୍ରଦାନ କରିବ ସେନେଇ ନିର୍ଦ୍ଦେଶ ଦେବା ସହ ପୋଲିସ ଡଡିଜି ଅରୁଣ ଷଡଙ୍ଗୀ, ଗୁଇନ୍ଦା ନିର୍ଦ୍ଦେଶକ, ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଏହି ବୈଠକରେ ବିଭିନ୍ନ ଜିଲ୍ଲାର ଏସପି ମଧ୍ୟ ଉପସ୍ଥିତ ଅଛନ୍ତି । ରାଜ୍ୟ ଅତିଥି ଭବନରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବୈଠକ ହୋଇଛି । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ବିଭିନ୍ନ ବିଭାଗର ସଚିବ ଓ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ।