ଭୁବନେଶ୍ୱର : ଚାଷୀଭାଇ ମାନଙ୍କ ପାଇଁ ବଡ ଖବର। କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେ ବଡ ଘୋଷଣା ।ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର ରିଲିଫ୍ ପାଣ୍ଠିରୁ ସହାୟତା ଦିଆଯିବ। ଏଣିକି ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହେଲେ ଚାଷୀଙ୍କୁ ସମସ୍ତ କ୍ଷତିପୂରଣ ଦିଆଯିବ ।
୩୩ ପ୍ରତିଶତ ରୁ ଅଧିକ ଅଧିକ ଫସଲ ନଷ୍ଟ ହୋଇଥିଲେ ଚାଷୀଙ୍କୁ ମିଳିବ କ୍ଷତିପୁରଣ । ଚଳିତବର୍ଷ ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ୨ ଲକ୍ଷ ୨୬ ହଜାର ହେକ୍ଟର ଫସଲ କ୍ଷତି ହୋଇଥିବା ଚାଷୀଙ୍କୁ ୨୯୧ କୋଟି ସହାୟତା ମିଳିବ ।
ସୂଚନା ଥାଉକି ଚଳିତ ବର୍ଷ ଅଦିନିଆ ବର୍ଷା ଓଡିଶାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ବର୍ଷା ଯୋଗୁ ବିଲରେ ଅମଳ ହେବାକୁ ଥିବା ଧାନ ଗଜା ହେଇଯାଇଛି ଯାହାକୁ ଦେଖି ଅନେକ ଚାଷୀ ମୁଣ୍ଡରେ ହାତ ଦେଇଥିବା ବେଳେ କେତେଜଣଙ୍କର ଜୀବନ ଯାଇଛି। ନିଜେ ମୁଖ୍ୟମନ୍ତ୍ରୀ ମଧ୍ଯ ରାଜ୍ଯର ବିଭିନ୍ନ ଜିଲ୍ଲା ପରିଦର୍ଶନ କରି ଚାଷୀଙ୍କୁ ଭେଟି କ୍ଷୟକ୍ଷତି ଆକଳନ କରିଛନ୍ତି।