କଟକ : ଆସନ୍ତା ଫେବ୍ରୁଆରୀ ୯ରେ ବାରବାଟୀରେ ଟିମ ଇଣ୍ଡିଆ – ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ଏହାର ପ୍ରଥମ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୁଧବାର ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଓସିଏ ପ୍ରତିନିଧିମଣ୍ଡଳ । ଓସିଏ କାର୍ଯ୍ୟକାରୀ ସଭାପତି ପଙ୍କଜ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ଓ ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ ଭେଟିଥିଲେ ।
ସୂଚନାଯୋଗ୍ୟ ଏହା ପୂର୍ବରୁ ଓସିଏସମ୍ପାଦକ ସଞ୍ଜୟ ବେହେରା କଟକ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ ପାଇଁ ପ୍ରଥମ ଟିକେଟ ପୁରୀ ମହାପ୍ରଭୁ ଜଗନ୍ନାଥ ମନ୍ଦିରକୁ ପ୍ରଦାନ କରିଛନ୍ତି। ବାରବାଟୀ ଷ୍ଟାଡିୟମରେ କିଭଳି ମ୍ୟାଚ ସୁରୁଖୁରୁରେ ହେବ ସେନେଇ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
କିଛି ବର୍ଷ ବ୍ଯବଧାନରେ ବାରବାଟୀ ପୁଣି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ତେଣୁ ଏହାକୁ ନେଇ ସମସ୍ତଙ୍କ ମନରେ ବେଶ୍ ଉତ୍ସାହ ଦେଖାଦେଇଛି।