ମହାକାଶରୁ ଆସିଲା ମହାକୁମ୍ଭର ଦୃଶ୍ୟ । ସଙ୍ଗମତଟରୁ ସାଟେଲାଇଟ ଫଟୋ ଜାରି କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । କୁମ୍ଭମେଳା ପାଇଁ ପ୍ରସ୍ତୁତି ପୂର୍ବରୁ ଫଟୋ ଜାରି କରାଯାଇଛି । ଏଥର ମହାକୁମ୍ଭ ପାଇଁ କିଭଳି ଚାଲିଥିଲା ପ୍ରସ୍ତୁତି ଇସ୍ରୋ ଜାରି କରିଥିବା ଫଟୋରେ ତାର ଝଲକ ଦେଖିବାକୁ ମିଳିଛି ।
ମହାକୁମ୍ଭ ପାଇଁ ଉତ୍ତର ପ୍ରଦେଶ ସରକାର ନିର୍ମାଣ କରିଥିବା ଭିତ୍ତିଭୂମିର ପରିମାଣ ଇସ୍ରୋର ସାଟେଲାଇଟ ଇମେଜରେ ଦେଖିବାକୁ ମିଳିଛି । ଏହି ଫଟୋ ଉଠାଇବା ପାଇଁ ସୋଫିଷ୍ଟିକେଟେଡ୍ ଅପଟିକାଲ ସାଟେଲାଇଟ, ଡେ ଆଣ୍ଡ ନାଇଟ୍ ଭିୟୁ ରାଡାରସାଟ୍ ବ୍ୟବହାର ହୋଇଛି । ଇସ୍ରୋର ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ରିପୋର୍ଟ ସେନସେସିଂ ସେଣ୍ଟର ପକ୍ଷରୁ ଏହି ସବୁ ଫଟୋ ଉଠାଯାଇଛି । ମହାକୁମ୍ଭ ପାଇଁ ନିର୍ମାଣ ହୋଇଥିବା ଟେଣ୍ଟ ସିଟି ଓ ନଦୀ ଉପରେ ନିର୍ମାଣ ହୋଇଥିବା ଏକାଧିକ ଅସ୍ଥାୟୀ ବ୍ରିଜ୍ ଏହି ଫଟୋରେ ସ୍ପଷ୍ଟ ଦେଖାଯାଉଛି । ଜାନୁୟାରୀ ୧୩ରୁ ଆରମ୍ଭ ହୋଇଛି ମହାକୁମ୍ଭ ମେଳା । ହେଲେ ଇସ୍ରୋ ଜାରି କରିଥିବା ଶେଷ ଫଟୋ ଉଠାଯାଇଛି ଜାନୁୟାରୀ ୧୦ ତାରିଖରେ ।