ମହାରାଷ୍ଟ୍ର ଜଲଗାଁଓ ଜିଲ୍ଲାରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ଏକ୍ସପ୍ରେସ୍ ଟ୍ରେନ୍ ଯାତ୍ରୀଙ୍କୁ ଧକ୍କା ଦେଲା ଆଉ ଏକ ଏକ୍ସପ୍ରେସ୍ । ପୁଷ୍କକ ଏକ୍ସପ୍ରେସର ୧୧ ଜଣ ଯାତ୍ରୀଙ୍କୁ ଧକ୍କା ଦେଲା କର୍ଣ୍ଣାଟକ ଏକ୍ସପ୍ରେସ୍ । ଟ୍ରେନ୍ରେ ନିଆଁ ଲାଗିଥିବା ନେଇ ଗୁଜବ ପରେ ଏଭଳି ଦୁର୍ଘଟଣା ହୋଇଛି ବୋଲି ସୂଚନା ରହିଛି । ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରେଳ ବିଭାଗ ସୂଚନା ଅନୁଯାୟୀ, ପୁଷ୍କକ ଏକ୍ସପ୍ରେସର ନିଆଁ ଲାଗିଯାଇଛି ବୋଲି କେହି ଗଗୁଜବ ଖବର ଦେଇଥିଲେ ଏହାପରେ ଯାତ୍ରୀମାନେ ଟ୍ରାକ୍କୁ ଡ଼େଇଁ ପଡ଼ିଥିଲେ । ଯେତେବେଳ କି ଟ୍ରେନ୍ଟିର ମୁହଁ ଲକ୍ଷ୍ମୌରୁ ମୁମ୍ବାଇ ଆଡ଼କୁ ଥିଲା। ଏମିତି ଟ୍ରେନ୍ରୁ ଅଚାନକ ଡ଼େଇଁବା ଦ୍ବାରା ଏହି ଭୟଙ୍କର ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି।
୧୧ ଜଣ ଯାତ୍ରୀ ପୁଷ୍ପକ ଏକ୍ସପ୍ରେସ୍ରୁ ଡ଼େଇଁବା ଦ୍ବାରା, ଅନ୍ୟପଟରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ୍ରେ ଚାପି ହୋଇଯାଇଥିଲେ ବୋଲି ସେଣ୍ଟ୍ରାଲ୍ ରେଲ୍ୱ ମୁଖ୍ୟ ମୁଖପାତ୍ର ସ୍ବପ୍ନନିଲ୍ ନିଆଲ୍ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।
ତେବେ ପୁଷ୍ପକ ଟ୍ରେନ୍ ଦୁର୍ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ଆହତ ମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।