ଉତ୍ତରପ୍ରଦେଶ: ମନ୍ତ୍ରୀମଣ୍ଡଳ ବୈଠକ ଶେଷ ହେବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆତିଦ୍ୟନାଥ ନିଜ ମନ୍ତ୍ରମଣ୍ଡଳ ସହ ମିଶି ପ୍ରୟାଗରାଜରେ ବୁଡ଼ ପକାଇଛନ୍ତି । ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ କେଶବ ଚନ୍ଦ୍ର ମୌର୍ଯ୍ୟ ଓ ବ୍ରଜେଶ ପାଠକଙ୍କ ସହ ପୂରା ମନ୍ତ୍ରୀମଣ୍ଡଳ ବୁଡ଼ ପକାଇଛନ୍ତି । ପବିତ୍ର ସ୍ନାନ ପରେ ମୁଖ୍ୟମନ୍ତ୍ରୀ ସେଠାରେ ଗଙ୍ଗା ଆଳତୀ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମଣ୍ଡଳ ବୁଡ଼ ପକାଇପକାଉଥିବାରୁ ସେଠାରେ ପ୍ରବଳ ଜନ ସମାଗମ ହୋଇଥିଲା । ଭିଡ଼କୁ ନିୟନ୍ତ୍ରଣ ରଖିବାକୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ମହାକୁମ୍ଭ ଠାରେ ଏକ କ୍ୟାବିନେଟ୍ ବୈଠକ ବସିଥିଲା । ଏହି ବୈଠକରେ ଗଙ୍ଗା ଏକ୍ସପ୍ରେସୱେ, ଉତ୍ତରପ୍ରଦେଶର ତିନୋଟି ଜିଲ୍ଲାର ମେଡିକାଲ କଲେଜ ଏବଂ ରାଜ୍ୟରେ ପୁଞ୍ଜି ବିନିଯୋଗ ଭଳି ଅନେକ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ବୈଠକରେ ପ୍ରୟାଗର ତଥା ରାଜ୍ୟର ବିକାଶ ସହ ଜଡିତ ଅନେକ ନୂତନ ଯୋଜନା ଏବଂ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।