ବରଗଡ : ବୁଧବାର ବରଗଡ ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାରେ ସିନ୍ ରିକ୍ରିଏସନ୍। ମୁଖ୍ୟ ଅଭିଯୁକ୍ତ ରାକେଶ ଡନସେନାକୁ ଧରି କୁର୍ଲା ଜଙ୍ଗଲରେ ସିନ୍ ରିକ୍ରିଏସନ୍ କରିଛି ପୁଲିସ୍। ଏଥିପାଇଁ ଅଭିଯୁକ୍ତକୁ ବରଗଡ ଟାଉନ୍ ଥାନାରୁ ପୁଲିସ୍ କଡା ସୁରକ୍ଷାରେ ଜଙ୍ଗଲକୁ ନେଇଥିଲା। କୁର୍ଲା ଜଙ୍ଗଲରେ ପୁଲିସକୁ ସବୁ ଘଟଣା ଦେଖାଇଛି ଅଭିଯୁକ୍ତ। ତେବେ ରାକେଶ କାହିଁକି ଯୁବତୀ ଜଣଙ୍କୁ ଜଙ୍ଗଲକୁ ନେଇଥିଲେ, କେମିତି ଏବଂ କେଉଁ ପରିସ୍ଥିତିରେ ଯୁବତୀଙ୍କ ମୁଣ୍ଡରେ ଆଘାତ ଲାଗିଲା, ସେସବୁର ଡେମୋ ଦେଖାଇଛି ଅଭିଯୁକ୍ତ।ମଙ୍ଗଳବାର ରାକେଶ ଭାଇଜାଗରୁ ଆସୁଥିବା ବେଳେ ଟିଟିଲାଗଡ଼ ରେଳଷ୍ଟେସନରୁ ବରଗଡ଼ ପୁଲିସର ଏକ ଟିମ୍ ତାକୁ ଗିରଫ କରିଥିଲେ।
ତେବେ ଘଟଣା ସ୍ଥଳରୁ ପୀଡ଼ିତାଙ୍କ ଚପଲ , କିଛି ସାମଗ୍ରୀ ରହିଥିବା ଏକ ପଲିଥିନ, ଏକ ମାସ୍କ ଓ ଯେଉଁ ପଥରରେ ଅଭିଯୁକ୍ତ ଜଣକ ଆକ୍ରମଣ କରିଥିଲା ସେହି ପଥରକୁ ପୁଲିସ୍ ଜବତ କରିଛି।