ଭୁବନେଶ୍ୱର: ବିଧାନସଭା ପୂର୍ବରୁ ଆଜି ବସିଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଛି ବୈଠକ । ଏଥିରେ ୭ରୁ ଅଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର । ତେବେ ଆଜିର ବୈଠକରେ କେଉଁ ସବୁ ନିଷ୍ପତ୍ତି ନିଆଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ହେଲେ ମିଳିଥିବା ଖବର ଅନୁସାରେ, କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ କ୍ୟାବିନେଟ୍ର ମୋହର । ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ନଗର ଉନ୍ନୟନ, ମହିଳା ଶିଶୁ ବିକାଶ ଆଦି ବିଭାଗର କିଛି ପ୍ରସ୍ତାବ ଉପରେ ମୋହର ବାଜିପାରେ ବୋଲି ସମ୍ଭାବନା ରହିଛି ।