ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଶୀତର ପ୍ରକୋପ କମିବା ସହିତ କୁହୁଡ଼ିର ପରିମାଣ ବଢିବ ବୋଲି ସୂଚନା ମିଳିଛି । ଜଳଭାଗ ଅଞ୍ଚଳରେ ଗୁରୁଚାପ ବଳୟ ରହିବ ଯାହାର ପ୍ରଭାବରେ ସ୍ଥଳଭାଗରେ ଉଷ୍ଣ ଜଳୀୟବାଷ୍ପ ବାୟୁ ରହିବ । ସେଥିପାଇଁ ରାଜ୍ୟରେ ଶୀତର ପ୍ରକୋପ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ସୂଚନା ମିଳିଛି । ଘନ କୁହୁଡ଼ି ପାଇଁ ୪ ଜିଲ୍ଲାକୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ଘନ କୁହୁଡ଼ିରେ ଦୃଶ୍ୟମାନ ଦୂରତା ୫୦ ମିଟର ତଳକୁ ଖସିଆସିବ ବୋଲି ସୂଚନା ମିଳିଛି । କୁହୁଡି ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକ ଥିବାରୁ ଗାଡି ଧୀରେ ଚଳାଇବାକୁ ପରାମର୍ଶ ଦିଆଯାଇଛି ।
ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ କୁହୁଡି ଦୃଶ୍ୟମାନ ହେବା ସହିତ ଶୀତର ପ୍ରକୋପ ହ୍ରାସ ପାଇଥିଲା । କୁହୁଡି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।