ରୋଡ଼ ରୋମିଓଙ୍କ ଉପରେ ପୋଲିସର କଡ଼ା ଆକ୍ସନ। ଏଥର ଫାଇନ ନୁହେଁ, ସିଧା କୋର୍ଟରୁ ହେବାକୁ ପଡ଼ିବ ବେଲ । ମଡିଫାଏଡ଼ ସାଇଲେନ୍ସର ଗୁଡିକୁ ଖୋଲିଲା ପୋଲିସ । ସ୍ପୀଡ଼ ଡ୍ରାଇଭିଂ, ରଙ୍ଗ ଡ୍ରାଇଭ, ଟ୍ରିପଲ ରାଇଡିଂ, ପଲ୍ୟୁସନ, ହେଲମେଟ ନିୟମ ମାନୁନଥିବା ଅମାନିଆଙ୍କ ଉପରେ ଟ୍ରାଫିକ ଖିଲାପକାରୀଙ୍କ ବିରୋଧରେ ନିଆଯାଇଛି ଆକ୍ସନ । ଜବତ ହୋଇଛି ଶହ ଶହ ସାଇଲେନ୍ସର ପାଇପ । ସେପଟେ ବେଆଇନ ମଡିଫାଏଡ଼ ସୋରୁମ ଓ ଦୋକାନ ଉପରେ ମଧ୍ୟ ଖୁବଶୀଘ୍ର ଚଢ଼ାଉ ହେବ ବୋଲି ସୂଚନା ଦେଇଛି କମିଶନରେଟ ପୋଲିସ । ଯେଉଁମାନେ ଏହାପରେ ବି ନିୟମ ଭାଙ୍ଗିବେ ତାଙ୍କୁ ଗିରଫ କରାଯିବ ବୋଲି କଡା ଚେତାବନୀ ଦେଇଛନ୍ତି ଡିସିପି।
ତେବେ ସଡକ ଦୁର୍ଘଟଣା ରୋକିବା ପାଇଁ ଏଭଳି ପ୍ରୟାସ କରାଯାଇଥିବା ବେଳେ ରାସ୍ତାରେ ଜୋରଦାର ଶବ୍ଦ କରି ଯାଉଥିବା ଗାଡିକୁ ଯବତ କରିବା ସହ କୋର୍ଟ ଚାଲାଣ କରାଯାଇଛି । ପାଖାପାଖି ୧୦୦ ରୁ ଉର୍ଦ୍ଧ ବୁଲେଟ୍ ଗାଡିରୁ modified silencer କାଢ଼ିବ ସହ ଗାଡିଗୁଡିକ ଜବତ୍ କରିଛି ଭୁବନେଶ୍ବର ଟ୍ରାଫିକ୍ ଥାନା ପୋଲିସ । ଏଥିସହ fancy number , ଟ୍ରାଫିକ୍ ନିୟମ ଭାଙ୍ଗିବା ଚାଳକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।