ବରଗଡ଼ : ବହୁ ଚର୍ଚ୍ଚିତ ସରସରା ବିଶ୍ବନାଥ ମିର୍ଦ୍ଧା ହତ୍ଯା ଘଟଣାର ପର୍ଦ୍ଦାଫାସ୍ କରିଛି ବରଗଡ଼ ପୁଲିସ୍ । ଗତବର୍ଷ ମେ ମାସ ୨୦ ତାରିଖ ସାଧାରଣ ନିର୍ବାଚନ ଦିନ ହୋଇଥିବା ହତ୍ଯା ଘଟଣାରେ ମୁଖ୍ଯ ଅଭିଯୁକ୍ତ କୁ ଛତିଶଗଡ଼ ରାୟପୁର ରୁ ପୁଲିସ୍ ଗିରଫ କରିଛି । ରାୟପୁର ମୁଖ୍ୟ ଅଭିଯୁକ୍ତ ଅଶୋକ ମହାନନ୍ଦଙ୍କୁ ଗିରଫ କଲା ବରଗଡ଼ ପୋଲିସ । ପୂର୍ବରୁ ଏହି ଘଟଣାରେ ମନୋଜ ନାଗ ନାମକ ଅଭିଯୁକ୍ତକୁ ମଧ୍ଯ ଗିରଫ କରାଯାଇଥିଲା। ଘଟଣାକୁ ନେଇ ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମିନା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।
ସୂଚନା ଥାଉକି ବରଗଡ଼ ଜିଲାରେ ଗତ ସାଧାରଣ ନିର୍ବାଚନରେ ମତଦାନ ଚାଲିଥିବାବେଳେ ବରଗଡ଼ ସଦର ଥାନା ଅର୍ନ୍ତଗତ ସରସରା ଗ୍ରାମରେ ଭୋଟ୍ ଗ୍ରହଣ କେନ୍ଦ୍ରରେ ମତଦାନ ଚାଲିଥିବା ବେଳେ ଅଟୋଚାଳକ ବିଶ୍ବନାଥ ମିର୍ଦ୍ଧାଙ୍କୁ ଅଭିଯୁକ୍ତମାନେ ନିର୍ମମ ହତ୍ୟା କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାକଡରେ ପଡିଥିଲେ ବିଶ୍ୱନାଥ । ଭୋଟ୍ ପାଇଁ କିଛି ଭୋଟରଙ୍କୁ ଧରି ଅଟୋରେ ନେବା ବେଳେ ଗାଁ ମୁଣ୍ଡରେ ତାଙ୍କୁ ହତ୍ୟା କରାଯାଇଥିଲା।