ପୁରୀ : ବାର୍ଡ ଫ୍ଲୁରେ ସଂକ୍ରମିତ ପୁରୀ ଜିଲ୍ଲାର ଡେଲାଙ୍ଗ ଅଞ୍ଚଳ l ଆଜି ଦ୍ବିତୀୟ ଦିନରେ ବି କୁକୁଡା ମରା ଅଭିଯାନ ଜାରି ରହିଥିଲା । ଆଜି କୋଠାବାଡ଼ ପଂଚାୟତର ବଡ଼ ଅଂକୁଲା ଗ୍ରାମରେ ପ୍ରଶାନ୍ତ ପ୍ରଧାନଙ୍କ ଫାର୍ମରୁ ସାମ୍ପୁଲ ଜଣାପଡିବା ପରେ ମରାଯାଇଛି l ଆଜି ୩ ହଜାର ୪୨୫ କୁକୁଡା ମାରିଛି ପ୍ରାଣୀ ଚିକିତ୍ସା ବିଭାଗ l ଗତ କାଲି ପ୍ରଥମ ପର୍ଯ୍ୟାୟରେ ଡେଲାଙ୍ଗ ବେନୁପଡ଼ାସ୍ଥିତ ରିତା ରାୟଙ୍କ ଫାର୍ମ ରୁ ୩ ହଜାର ୩୧୬ କୁକୁଡ଼ା ମରାଯାଇଥିଲା ।
ଆଜି ଡେଲାଙ୍ଗର ୫ଟି କୁକୁଡ଼ା ଫାର୍ମରୁ ନମୂନା ସଂଗ୍ରହ କରଯାଇ ସଂରକ୍ଷିତ ରଖାଯାଉଛି। ଏହାକୁ ସୋମବାର ଭୋପାଳ ସ୍ଥିତ NIHSAD ପରୀକ୍ଷଣ କେନ୍ଦ୍ରକୁ ପଠାଯିବ l ଚି଼ହ୍ନଟ ଅଞ୍ଚଳ ଠାରୁ ୧୦ କିମି ପରିଧି ମଧ୍ୟରେ ମୋଟ ୨ଗୋଟି ରାପିଡ଼ ରେସପନ୍ସ ଟିମ୍ ସର୍ବେକ୍ଷଣ କାର୍ଯ୍ୟ କରା ଯାଇଛି l ଆଜି ସୁଦ୍ଧା ମୋଟ୍ ୬ ହଜାର ୭୩୧ ବାର୍ଡ କଲିଙ୍ଗ କରାଯାଇ ସଂକ୍ରମଣ ରୋକିବାକୁ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରୟାସ ଜାରି ରଖିଛି l ଗତ ୧୦ ତାରିଖରେ ରାଜ୍ୟରେ ବାର୍ଡ ଫ୍ଲୁ ଭୟ ଦେଖାଦେଇଥିଲା । ଡେଲାଙ୍ଗ ଅଞ୍ଚଳରେ କୁକୁଡ଼ା ମଡ଼କ ଚାଷୀଙ୍କ ଚିନ୍ତା ବଢ଼ାଇଥିଲା । ଫଳରେ ଛାନିଆଁ ହୋଇଥିଲେ ସ୍ଥାନୀୟ ବାସିନ୍ଦା । ପରେ ଏ ନେଇ ଜନସ୍ୱାସ୍ଥ୍ୟ ଟିମ ଡେଲାଙ୍ଗରେ ବୁଲିଥିଲେ । ଭେଟେରିନାରୀ ବିଭାଗ ନମୁନା ସଂଗ୍ରହ କରାଯାଇଥିଲା । ଯେଉଁ ଫାର୍ମରେ ଯିଏ କାମ କରୁଥିଲେ, ସେମାନଙ୍କ ଘରକୁ ଯାଇ ଥଣ୍ଡା ଜ୍ୱର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲା ବିଭାଗ । ଭେଟେରିନାରୀ ବିଭାଗ ରିପୋର୍ଟ ଦେବା ପରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ଆଉ ଏବେ ଡେଲାଙ୍ଗରେ କୁକୁଡ଼ା ମରା ଅଭିଯାନ ଚାଲିଛି ।