ବାଲେଶ୍ୱର: ସକାଳୁ ସକାଳୁ ବଡ ଦୁର୍ଘଟଣାରୁ ବର୍ତ୍ତିଗଲେ ଯାତ୍ରୀ । ଏକ ଯାତ୍ରୀବାହୀ ବସ୍ କୁ ପଛପଟୁ ଧକ୍କା ଦେଇଛି ଟ୍ରକ୍ । ଫଳରେ ନିଜର ଭାରସାମ୍ୟକୁ ସମ୍ଭାଳି ନପାରି ଓଲଟି ପଡିଲା ବସ୍ । ଉକ୍ତ ବସ୍ ରେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବା ବେଳେ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇ ପ୍ରାଥମିକ ଚିକିତ୍ସା ପାଇଁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁଯାୟୀ ଗୀତଞ୍ଜଳି ନାମକ ଘରେଇ ବସ୍ ଭୋଗରାଇରୁ ଜଳେଶ୍ଵର ଦେଇ ବାରିପଦା ଯିବା ସମୟରେ ୬୦ ନମ୍ବର ଜାତୀୟ ରାଜପଥରେ ୟୁଟର୍ନ ମାରିବା ସମୟରେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଭାରସାମ୍ୟ ହରାଇ ବସ୍ ଟି ଓଲଟି ପଡିଥିଲା । ସ୍ଥାନୀୟ ଲୋକ ମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିରେ ୨୦ରୁ ଅଧିକ ଗୁରୁତରଙ୍କୁ ଜଳେଶ୍ଵର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଜଳେଶ୍ବର ପୋଲିସ ପହଞ୍ଚି ତଦନ୍ତ କରୁଛି ।