ପୁରୀ: ପୁରୀ ଜିଲ୍ଲା ଚନ୍ଦ୍ରଭାଗା ନୋଳିଆ ସାହି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା ସମୁଦ୍ରରେ ଓଲଟି ପଡିଥିଲା । ଏହି ଘଟଣାରେ ୫ ଜଣ ମତ୍ସ୍ୟଜୀବୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁସାରେ, ସମୁଦ୍ରକୁ ମାଛ ଧରିବା ପାଇଁ ଚନ୍ଦ୍ରଭାଗା ନୋଳିଆ ସାହିରୁ ମତ୍ସ୍ୟଜୀବୀମାନେ ଯାଉଥିଲେ । ଏହି ସମୟରେ ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହିବା କାରଣରୁ ଲହଡି ଆସି ପଥର ବନ୍ଧରେ ପିଟି ହେଉଥିଲା । ଏହି ଲହଡିରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ଓଲଟି ପଡିଥିଲା । ଫଳରେ ଡଙ୍ଗାରେ ଥିବା ୫ ଜଣ ମତ୍ସ୍ୟଜୀବୀ ଆହତ ହୋଇଥିଲେ । ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଅଘଟଣରେ ଲକ୍ଷାଧିକ ଟଙ୍କାର ଜାଲ, ଡଙ୍ଗା ମୋଟର ସହ ଅନେକ ସାମଗ୍ରୀ ସମୁଦ୍ରରେ ଭାସି ଯାଇଛି । ସୌଭାଗ୍ୟବଶତଃ ୫ ଜଣ ମତ୍ସ୍ୟଜୀବୀଙ୍କ ଜୀବନ ବଞ୍ଚିଯାଇଛି ।