ଭୁବନେଶ୍ୱର : ଏମ୍ସ ହସ୍ପିଟାଲରେ ପିଡୀତାଙ୍କ ଡାଏଲିସିସ ଆରମ୍ଭ। ଭିଡିଓ କନ୍ଫରେନ୍ସିରେ ନିଆଯାଇଥିଲା ଦିଲ୍ଲୀ ଏମ୍ସ ମୁଖ୍ୟ ଡାକ୍ତରଙ୍କ ପରାମର୍ଶ। ଦିଲ୍ଲୀ ଏମ୍ସର ପରାମର୍ଶ କ୍ରମେ ପୀଡ଼ିତାଙ୍କର ଚିକିତ୍ସା ଜାରି ରଖିଛନ୍ତି ୧୨ ଜଣିଆ ଡାକ୍ତରୀ ଟିମ। ପୀଡ଼ିତାଙ୍କ ସୁଗାର ଲେବଲ ଉପରେ ଦୃଷ୍ଟି ରଖାଯାଇଛି। ତେବେ ଡାକ୍ତରଙ୍କ ପକ୍ଷରୁ ହୋମଡାଇନାମିକ ମନିଟରିଂ ମଧ୍ୟ କରାଯାଇଛି। ତେବେ ପୀଡ଼ିତାଙ୍କ ପୋଟାସିୟମ ସ୍ତର ବହୁତ ପରିମାଣରେ କମିଯାଇଛି। ଏପରିକି କିଡ଼ନୀ କାମ କରୁନଥିବାରୁ ପରିସ୍ରା ମଧ୍ୟ ହେଉନାହିଁ। ତେଣୁ ପୀଡ଼ିତାଙ୍କୁ ୯୮% ଅକ୍ସିଜେନ ସପୋର୍ଟରେ ରଖାଯାଇଛି। ତେବେ ସମୟ ଯେତେ ଗଡ଼ିବାରେ ଲାଗିଛି ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ସେତିକି ବିଗିଡ଼ିବାରେ ଲାଗିଛି। ତେବେ ଶରୀରର ପ୍ରତ୍ୟକଟି ଅଙ୍ଗକୁ ଚଳିତ ରଖିବା ପାଇଁ ପୀଡ଼ିତାଙ୍କୁ ଭିଟାମିନ-ସି,ଡି,ଏ ଓ ଜିଙ୍କ ସପ୍ଲିମେଣ୍ଟ ଦିଆଯାଉଛି। ତେବେ ଡାଏଲିସିସ ପରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିବା ବୋଲି ଡାକ୍ତର ଆଶା ରଖିଛନ୍ତି।