ରାୟଗଡା : ଗୋଟିଏ ବଂଶର ହୋଇ ପରସ୍ପରକୁ ଭଲ ପାଇ ବିବାହ କରିବା ପୁଣି ପ୍ରେମୀଯୁଗଳଙ୍କୁ ମହଙ୍ଗା ପଡ଼ିଛି। ଜାତି ସମାଜର କଙ୍ଗାରୁ କୋର୍ଟରେ ଉଭୟ ଦଣ୍ଡିତ ହୋଇଛନ୍ତି। ଗାଁ ଦାଣ୍ଡରେ ପାପ ଶୁଦ୍ଧି ନାଁରେ ଦଣ୍ଡ ସ୍ୱରୂପ ବେକରେ ଜୁଆଳି ପକାଇ ଲଙ୍ଗଳରେ ହଳ କରାଇଲେ। ଏପରି ଘଟଣା ନାରାୟଣପାଟଣା ବ୍ଲକ ପେଦା ଇଟିଗି ଗାଁରେ ଘଟିଛି। ରାୟଗଡ଼ା ଜିଲ୍ଲା କଞ୍ଜାମଯୋଡ଼ି ଘଟଣାରେ ପୁନରାବୃତ୍ତି ହୋଇଛି।
ସୂଚନାଯୋଗ୍ୟ,ପିଉସୀ ଓ ପୁତୁରାଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ବିରୋଧ କରି ଗତ ୯ ତାରିଖରେ କଞ୍ଜାମଯୋଡ଼ି ଗ୍ରାମବାସୀ ଦୁଇ ପ୍ରେମୀ ଯୁଗଳଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେବା ସହ ବେକରେ ଲଙ୍ଗଳ ଲଗାଇ ଜମିରେ ଚାଷ କରାଇଥିଲେ । ଯାହା ମାନବଅଧିକାରକୁ କ୍ଷୁର୍ଣ୍ଣ କରିଛି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହୋଇଥିଲା ।
ଏହି ଘଟଣାକୁ ଗ୍ରାମର ଲୋକେ ଅତି ସାଧାରଣ ଭାବେ ଗ୍ରହଣ କରିଥିବା ବେଳେ ଏହା ଆମ ଆଦିବାସୀ ପରମ୍ପରା ବୋଲି ପ୍ରକାଶ କରିଥିଲେ । ଏଥିସହ ଏମିତି ହଳ ବୁଲାଇଲେ ଗାଁରେ କେବେ ବିପତ୍ତି ଆସିବ ନାହିଁ ଓ ଭଲ ଫସଲ ହେବ ବୋଲି ମତ ଦେଇଥିଲେ।
ତେବେ ଏହି ଘଟଣା ପ୍ରଥମେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତଦନ୍ତ ନିର୍ଦେଶ ଦିଆଯାଇଛି। ଏହି ତଦନ୍ତକାରୀ ଟିମ୍ ଗ୍ରାମକୁ ଯାଇ ତଦନ୍ତ କରିବେ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।