ରେଢାଖୋଲ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ଏପରି ଏକ ଘଟଣା ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜ ଟିକିଲିପଡ଼ା ଗାଁ ନିକଟରେ ଘଟିଛି । ଏହି ଘଟଣାରେ ବନବିଭାଗ ଜଣଙ୍କୁ ଅଟକ ରଖିଛି ।
ସୂଚନା ଅନୁସାରେ, ଟିକିଲିପଡ଼ା ଗାଁ ଜଙ୍ଗଲରେ ଚାଷ ଜମିକୁ ବନ୍ୟ ଜନ୍ତୁଙ୍କ କବଳରୁ ସୁରକ୍ଷା ଦେବା ପାଇଁ ବିଦ୍ୟୁତ ତାର ବିଛା ଯାଇଥିଲା । ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ଏନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ, ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ପାଇଁ ଜଣକୁ ଅଟକ ରଖିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଗତ କିଛି ମାସ ପୂର୍ବରୁ ଘୋଷରାମାଳ ଗ୍ରାମ ବୁରୋମାଳ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିଲା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ଘଟଣା ଏବେ ଚିନ୍ତାର କାରଣ ପାଲଟିଛି ।
ହାତୀ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ହାତୀ ମୃତ୍ୟୁ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଘଟଣାର ତଦନ୍ତ ପାଇଁ ଭୁବନେଶ୍ୱରରୁ ନାକଟିଦେଉଳ ଗଲେ ଏକ ସ୍ୱତନ୍ତ୍ର ଟିମ ।