ରାହାମା: ଗତକାଲି ରାତିରେ ଜଗତସିଂପୁର ଜିଲ୍ଲା ରାହାମା ବଡ଼ବଜାରରେ ଏକ ଲୁଟ ହୋଇଛି । ବଡ଼ବଜାରରେ ଥିବା ରୁନୁ ଜୁଏଲାରି ନିକଟରୁ ମାରଣାସ୍ତ୍ର ଦେଖାଇ ମହିଳାଙ୍କ ବେକରୁ ସୁନାଚେନ ଲୁଟି ନେଲା ଲୁଟେରା । ସିସିଟିଭିରେ କଏଦ ହେଲା ଲୁଟ ସମୟର ଦୃଶ୍ୟ। ହେଲମେଟ ପିନ୍ଧା ଯୁବକ ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ମହିଳା ଜଣଙ୍କ ଏକ ସ୍କୁଟି ନିକଟରେ ଛିଡା ହୋଇ ଥିବା ସମୟରେ ହଠାତ ଜଣେ ହେଲମେଟ ପିନ୍ଧା ଯୁବକ ଏକ ମାରଣାସ୍ତ୍ର ଦେଖାଇ ଉକ୍ତ ମହିଳାଙ୍କ ବେକରୁ ସୁନାଚେନଟିକୁ ଛଡାଇ ନେଇ ଦୌଡ଼ି ପଳାଉଛନ୍ତି । ତାଙ୍କ ପଛରେ କିଛି ଲୋକ ଗୋଡ଼ଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏନେଇ ତିର୍ତୋଲ ଥାନାରେ ଅଭିଯୋଗ ହୋଇଛି । ତିର୍ତ୍ତୋଲ ଥାନା ଅଧିକାରୀ ତଦନ୍ତ ଜାରି ରଖିଛନ୍ତି । କିଛିଦିନ ଅନ୍ତରରେ ସମାନ ଢଙ୍ଗରେ ଆଉ ଏକ ଘଟଣା ଘଟିଥିଲା ଦୁଇ ଦୁଇଟି ଲୁଟ ଘଟଣା କୁ ନେଇ ତିର୍ତୋଲ ପୋଲିସ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି ।