କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ନ୍ୟୁ ପିଜି ଏବଂ ଧର୍ମପଦ ଛାତ୍ରାବାସରେ ୪୦ରୁ ଉର୍ଦ୍ଧ୍ବ ଅନ୍ତେବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ରାତିରେ ଖାଇ ସାରିବା ପରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ ଛାତ୍ରମାନେ । ସେମାନଙ୍କ ମଧ୍ୟରୁ ୩୦ରୁ ଉର୍ଦ୍ଧ୍ବ ଅନ୍ତେବାସୀଙ୍କୁ SCBରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କର ଫୁଡ ପଏସନିଂ ହୋଇଥିବାର ଆଶଙ୍କା କରାଯାଉଛି । ବର୍ତ୍ତମାନ ସମସ୍ତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା
ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଏପରିକି 40 ଉର୍ଦ୍ଧ୍ବ ଅନ୍ତେବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଏହା ଖାଦ୍ୟ କିମ୍ବା ଜଳ ପାଇଁ ଏପରି ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ଏହି ଘଟଣା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁରା ଛାତ୍ରାବାସକୁ ବିଶୋଧନ କରିବା ସହ କାହିଁକି ଏପରି ଘଟିଲା ତାହାର ଅନୁଧ୍ୟାନ କରାଯାଉଛି । ତେବେ ଅନ୍ତେବାସୀ କାହିଁକି ଏଭଳି ଝାଡ଼ାବାନ୍ତିର ଶିକାର ହେଲେ ତାହାର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ଫୁଡ୍ ପଏସନିଂ ବୋଲି ସନ୍ଦେହ କରାଯାଉଛି ।