ରାୟଗଡାରେ ଚୋରିର ପାର୍ଦୁଭାବ କମୁନଥିବା ବେଳେ ସେଠାକାର ପୋଲସର ତତ୍ପରତା ପାଇଁ ମିଳିଛି ସଫଳତା । ରାୟଗଡ ଜିଲ୍ଲା କଲେଜ ଛକ ନିକଟସ୍ଥ ସାଇରାମ୍ ହୋଟେଲରେ ଗତ ୨୨ ତାରିଖ ରାତି ପ୍ରାୟ ୧୨ ଟା ସମୟରେ ଚୋରି ହୋଇଥିଲା। ଏନେଇ ହୋଟେଲ ମାଲିକ ଏମ ଶ୍ରୀନିବାସ ଗତ ଜୁଲାଇ ମାସ ୨୩ ତାରିଖରେ ରାୟଗଡ ଥାନାରେ ଏ ସଂକ୍ରାନ୍ତରେ ଗୋଟିଏ ଏତଲା ଦେଇଥିଲେ । ଏହାକୁ ନେଇ ରାୟଗଡ଼ା ପୋଲିସ ଖୋଳତାଡ କରି ଚୋରି ହୋଇଥିବା ୩ ଲକ୍ଷ ୪୦ ହଜାର ଟଙ୍କା ମଧ୍ୟରୁ ୧ ଲକ୍ଷ ୫୦ ହଜାର ଟଙ୍କା ଜବତ କରିବା ସହ ଜଣେ ନାବାଳକ ସହ ଉକ୍ତ ହୋଟେଲର କର୍ମଚାରୀ ଓ ଅନ୍ୟ ଜଣେ ଯୁବକଙ୍କୁ ହାଜତକୁ ଆଣିଛି ପୋଲିସ। ଗିରଫ ଯୁବକ ମାନେ ହେଲେ ରୁପେଶ ନାଗ(୨୧), ପଙ୍କଜ କଣ୍ଡାଗିରି (୨୪), ଏହା ସହିତ ଆଉ ଜଣେ ନାବାଳକକୁ ମଧ୍ୟ ଗିରଫ କରିଛି ପୋଲିସ । ଏହି ସବୁ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଅନ୍ୟ ଜଣେ ଅଭିଯୁକ୍ତ ପିଙ୍କୁ ଟାକିରି ଫେରାର ଥିବା ସୂଚନା ଦେଇଛନ୍ତି ରାୟଗଡ SDPO ରଶ୍ମି ରଞ୍ଜନ ସେନାପତି ଏହି ପରିପ୍ରେକ୍ଷୀରେ ଉକ୍ତ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଦୁଇଟି ଜାଲି ନମ୍ୱର୍ ପ୍ଲେଟ ଲାଗିଥିବା ବୁଲେଟ ଗାଡି ଜବତ କରିବା ସହ ତିନୋଟି ସ୍ମାଟ ଫୋନ, ଭଙ୍ଗା ହୋଇଥିବା ସିସିଟିଭି DVR ମିଳିଥିଲା । ଏହା ସହିତ ଚୋରି ପାଇଁ ବ୍ୟବହୃତ ଉପକରଣ ଗୁଡିକ ମଧ୍ୟ ଜବତ କରିଛି ପୋଲସ । ଉକ୍ତ ଅଭିଯୁକ୍ତ ମାନଙ୍କ ନାମରେ ରାୟଗଡ଼ା ଥାନାରେ ଭାରତୀୟ ନ୍ୟାୟ ସଂହିତା ଅନୁସାରେ ଗୋଟିଏ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲଣ କରାଯାଇଛି ।