ଓଭରବ୍ରିଜରେ ଓଲଟିଲା ରଙ୍ଗ ବୋଝେଇ ମିନି ଟ୍ରକ । ସୂଚନା ଅନୁସାରେ , ବାଣୀବିହାର ନିକଟସ୍ଥ ଓଭରବ୍ରିଜରେ ଏକ ରଙ୍ଗ ବୋଝେଇ ମିନି ଟ୍ରକ ନିଜର ଭାରସ୍ୟାମ ହରାଇ ଓଲଟି ପଡିଥିଲା ।
କଟକରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏହି ମିନି ଟ୍ରକଟି ବାଣୀବିହାର ଫ୍ଲାଇ ଓଭର ଉପରେ ଓଲଟି ପଡିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିଲା । ତେବେ ଏଥିରେ କେହି ଗୁରୁତର ଆହତ ହୋଇନଥିବାର ସୂଚନା ମିଳିଛି । ସେଠାରେ ସ୍ଥାନୀୟ ଲୋକ ପହଞ୍ଚି ଡ୍ରାଇଭର ଙ୍କୁ ଉଦ୍ଧାର କରିଥିଲେ । ତେବେ ମିନି ଟ୍ରକଟି ଓଲଟି ପଡିବା ପରେ ରାସ୍ତା ଉପରେ ରଙ୍ଗ ବାଲଟି ସବୁ ଛିଟକି ପଡିଥିଲା । ଏବଂ ସେଠାରୁ ରଙ୍ଗ ବାହାରି ରାସ୍ତା ଚାରିପଟେ ପଡିଥିଲା । ଏହି ଦୁର୍ଘଟଣାରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିବାର ସୂଚନା ମିଳିଛି ।
ଖବର ଓଡିଶା :- ବିଷାକ୍ତ ପାରାକ୍ୱେଟ୍ ବ୍ୟବହାର ନିଷିଦ୍ଧ କରାଯାଇଛି