ବିଷାକ୍ତ ପାରାକ୍ୱେଟ୍ ବ୍ୟବହାର ନିଷିଦ୍ଧ ଘାସ ମାରିବା ପାଇଁ ବ୍ୟବହାର ହେଉଥିବା ବିଷାକ୍ତ ପାରାକ୍ୱେଟ୍ କୁ ନିଷିଦ୍ଧ କରାଯାଇଛି । ଉଭୟ ପ୍ରାଣୀଜଗତ ଓ ପରିବେଶ ସୁରକ୍ଷା ଦୃଷ୍ଟିରୁ କୃଷି ବିଭାଗ ଏପରି ନିଷ୍ପତ୍ତି ନେଇଥିବା ଘୋଷଣା କରାଯାଇଛିି। ତୃଣନାଶକ ଭାବରେ ବ୍ୟବହୃତ ଅତ୍ୟନ୍ତ ବିଷାକ୍ତ ହର୍ବିସାଇଡ୍ ପାରାକ୍ୱେଟ୍ ନିଷିଦ୍ଧ କରିଛନ୍ତି। ଜମିରେ ତୃଣନାଶକ ଭାବେ ଏହାର ବ୍ୟାପକ ବ୍ୟବହାର ହୁଏ । ସାର୍ବଜନୀନ ନିରାପତ୍ତାକୁ ଦୃଷ୍ଟିରେ ରଖି ମଣିଷ ଓ ପ୍ରାଣୀ ଉପରେ ଏହାର ରାସାୟନିକ କୁପ୍ରଭାବକୁ ରୋକିବା ପାଇଁ ନିଷିଦ୍ଧ କରାଯାଇଛି । ଗୁରୁବାର କୃଷି ବିଭାଗ ଏକ ଆଦେଶନାମା ପ୍ରକାଶ କରିଛି ।
ଏହି ବିଷାକ୍ତ ରାସାୟନିକ ପଦାର୍ଥ ବିକ୍ରୟ, ମହଜୁଦ, ବିତରଣ, ଉତ୍ପାଦନ ଓ ବ୍ୟବହାରକୁ ସାରା ରାଜ୍ୟରେ ନିଷିଦ୍ଧ କରାଯାଇଛି । ତେଣୁ ଏହାକୁ ନିଷିଦ୍ଧ କରିବା ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଅନେକ ଲୋକ ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ନିବେଦନ କରିଥିଲେ। ଅନାବନା ଘାସକୁ ନଷ୍ଟ କରିବା ପାଇଁ ପାରାକ୍ବେଟ ବ୍ୟବହାର କରାଯାଇଥାଏ । ଏହାର କୁପ୍ରଭାବ ମାଟି ଉପରେ ରହୁଥିବା କୀଟ, ପତଙ୍ଗ, ମଣିଷ ଓ ପ୍ରାଣୀଙ୍କ ଉପରେ ପଡୁଛି । ତେଣୁ ଏହାକୁ ନିଷିଦ୍ଧ କରିବା ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଅନେକ ଲୋକ ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ନିବେଦନ କରିଥିଲେ।
କୀଟନାଶକ ଅଧିନିୟମ ୧୯୬୮ର ନିୟମ ଅନୁଯାୟୀ ନିଷେଧାଜ୍ଞା ପ୍ରାଥମିକ ଭାବେ ଦୁଇ ମାସ ପାଇଁ ବଳବତ୍ତର ରହିବ । ଗବେଷଣା ପ୍ରତିଷ୍ଠାନ ଏବଂ ଅନ୍ୟ ଅଂଶୀଦାରଙ୍କଠାରୁ ଏ ସମ୍ପର୍କରେ ମତାମତ ନିଆଯିବ । ଏହା ପରେ ରାଜ୍ୟ ସରକାର ଓଡ଼ିଶାରେ ଏହାର ସ୍ଥାୟୀ ନିଷେଧାଦେଶ ପାଇଁ ଭାରତ ସରକାରଙ୍କୁ ପ୍ରସ୍ତାବ ଦେବେ । ବର୍ତ୍ତମାନ କୃଷି ବିଭାଗ ଅଧିକୃତ ଅଧିକାରୀ, ସମ୍ପୃକ୍ତ ସରକାରୀ ବିଭାଗ, ଓୟୁଏଟି ଓ କୃଷି ଗବେଷଣା ଅନୁଷ୍ଠାନ ବୈଜ୍ଞାନିକଙ୍କ ପେସ୍କ୍ରିପସନ ବାଧ୍ୟତାମୂଳକ କରିଛନ୍ତି । ଏନେଇ କୃଷି ବିଭାଗ ପକ୍ଷରୁ ଏ ସମ୍ପର୍କରେ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯିବ ।
ଅଧିକ ପଢନ୍ତୁ :ପ୍ରାଣୀଜଗତ ଉପରେ ବି ପଡ଼ୁଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ