ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀ ସ୍ତରରେ ଅଦଳବଦଳ। ବିଭିନ୍ନ ବିଭାଗରେ କିଛି ଅଧିକାରୀଙ୍କୁ ନୂଆ ଦାୟିତ୍ୱ ମିଳିଥିବା ବେଳେ ବଦଳିଛି ଦାୟିତ୍ୱ। ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବଙ୍କ ମଧ୍ୟ ବଦଳି ହୋଇଛି।
ଅଦଳବଦଳ ଅନୁସାରେ ତ୍ରିଲୋଚନ ମହାନ୍ତିଙ୍କୁ ଭୁବନେଶ୍ୱରସ୍ଥିତ ROTIର ଯୁଗ୍ମ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି। ସେ ଏଣିକି ROTIର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ତୁଲାଇବେ।
ସେହିପରି ଗୀତାଞ୍ଜଳି ନାୟକଙ୍କୁ E&IT ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି। ନୂଆ ଦାୟିତ୍ୱ ସହ ସେ ବିଭାଗୀୟ କାର୍ଯ୍ୟକୁ ଆଗକୁ ନେବେ। ଅନ୍ୟପଟେ କୁକୁମିନା ଦାସଙ୍କୁ PD, R&R, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦାୟିତ୍ୱ ପ୍ରଦାନ କରାଯାଇଛି।
OAS ଅଧିକାରୀ ସ୍ତରରେ ହୋଇଥିବା ଏହି ଅଦଳବଦଳ ପରେ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି। ନୂଆ ଦାୟିତ୍ୱ ପାଇଥିବା ଅଧିକାରୀମାନେ ନିଜ ଅଭିଜ୍ଞତା ଓ ପ୍ରଶାସନିକ ଦକ୍ଷତାକୁ କାମରେ ଲଗାଇ ବିଭାଗୀୟ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବେ ବୋଲି ଆଶା କରାଯାଉଛି।