ମୟୁରଭଞ୍ଜ: ସକାଳୁ ସକାଳୁ ଘଟିଲା ଗୋଟିଏ ଅଘଟଣ। ମର୍ନିଙ୍ଗ ୱା୍କ କରିବାକୁ ଆସିଥିବା ଲୋକେ ମଧ୍ୟ ଦେଖି ଆଶ୍ଟର୍ଯ୍ୟ ହୋଇଗଲେ । ଏଭଳି ଗୋଟିଏ ଅଘଟଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମନ୍ଦିର ମୁଣ୍ଢାକଟା ଛକ ନିକଟରେ ।
ସୂଚନା ଅନୁସାରେ, ଆଜି ଭୋର ୪ଟା ସମୟ ରେ ଏକ କାର ଵମ୍ବେଛକ ପଟୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡରେ ପିଟି ହୋଇଗଲା । କିନ୍ତୁ କାର ଭିତରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ କାରଟି ସମ୍ପୂର୍ଣ୍ଣ ଚେପା ହୋଇ ଯାଇଛି, ଟାଟା ରୁ ବାରିପଦା ଫେରୁଥିବା ବେଳେ ହଠାତ୍ କାରର ହେଣ୍ଡେଲ ଲକ ହୋଇଯାଇଥିଲା ଫଳରେ କାରଟି ଡିଭାଇଡରକୁ ଡେଇଁ ଅନ୍ୟ ପଟକୁ ଯାଇ ପିଟି ହୋଇଥିଲା, କାର ରେ ଥିବା ୫ଜଣ ସୁରକ୍ଷିତ ଅଛନ୍ତି, ଏବଂ ସମସ୍ତ ଯାତ୍ରୀ ବାରିପଦାର ବୋଲି ଜଣା ପଡିଛି ।