ବରଗଡ : ସୋମବାର ବରଗଡ଼ରୁ ଅଯୋଧ୍ୟାକୁ ସରକାରୀ ବସ୍ ସେବା ଆରମ୍ଭ ହୋଇଛି। ବରଗଡ ବିଧାୟକ ଅଶ୍ବିନୀ କୁମାର ଷଡ଼ଙ୍ଗୀ ଏହାର ଶୁଭାରମ୍ଭ କରିଛନ୍ତି। ବରଗଡ଼ରୁ ସକାଳ ୮ଟାରୁ ଏହି ବସ୍ ବାହାରି ସମ୍ବଲପୁର, ଝାରସୁଗୁଡ଼ା ସୁନ୍ଦରଗଡ଼, ରାଉରକେଲା, ବୀରମିତ୍ରପୁର, ବାରାଣସୀ, ପ୍ରୟାଗରାଜ ଦେଇ ଅଯୋଧ୍ୟାରେ ପହଞ୍ଚିବ। ସେହିପରି ଏହି ରୁଟ୍ ଦେଇ ଅଯୋଧ୍ୟାରୁ ବରଗଡ଼ ବସ୍ ଆସିବ ବୋଲି ସୂଚନା ଦିଆଯାଇଛି। ସେଠାରୁ ପୁଣି ଏହି ରୁଟ୍ ଗୁଡ଼ିକ ଦେଇ ବରଗଡ଼କୁ ବସ୍ ଆସିବ ବୋଲି ସୂଚନା ମିଳିଛି। ଆସନ୍ତା ୧୭ ଏବଂ ୨୪ ତାରିଖରେ ମଧ୍ୟ ଏହି ବସ୍ ବରଗଡ ସରକାରୀ ବସ୍ ଛାଡିବାର ଜଣାପଡିଛି।