ବାଙ୍କୀରେ ଘଟିଛି ଏକ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାଙ୍କୀରେ ହେଲା ବୋମା ମାଡ଼ । ବୋମା ମାଡ଼ରେ ପ୍ରାୟ ୫ ଜଣ ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର । ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ସୋମବାର କଟକ ଜିଲ୍ଲାର ବାଙ୍କୀ ଥାନା ସ୍ଥିତ ରାମଚନ୍ଦ୍ରପୁର ଗାଁରେ ବୋମା ମାଡ଼ । ବୋମା ମାଡ଼ ଘଟଣାରେ ସାରା ଗାଁରେ ଆତଙ୍କ ଖେଳିଯାଇଥିଲା । ଏହି ବୋମା ମାଡ଼ରେ ପ୍ରାୟ ୫ ଜଣ ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର । ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାଙ୍କୀରେ ବୋମା ମାଡ଼ ହୋଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସୋମବାର ରାତିରେ ଦୁର୍ବୃତ୍ତ ମାନେ ରାମଚନ୍ଦ୍ରପୁର ଗାଁ ଭିତରକୁ ପଶି ବୋମା ମାଡ଼ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ବୋମା ମାଡ଼ ଘଟଣାରେ ଗାଁ ପରିବେଶ ଅଶାନ୍ତ ହୋଇପଡ଼ିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ କରିଥିଲା ।
ଆଗକୁ ପଢ଼ନ୍ତୁ : ୧୭୫ ଲିଟର ଦେଶୀ ମଦ ଜବତ : ୬ ଗିରଫ