ପାରାଦୀପ ଲକ ପୋଲିସକୁ ମିଳିଲା ସଫଳତା । ପୋଲିସ ଦେଶୀ ମଦ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ପାରାଦୀପର ଲକ ପୋଲିସ ପ୍ରାୟ ୧୭୫ ଲିଟର ଆସ୍କା ଫଟି ଦେଶୀ ମଦ ଜବତ କରିବା ସହିତ ୬ ଜଣଙ୍କୁ ଗିରଫ କରିଛି । ରବିବାର ପାରାଦୀପ ଉପକଣ୍ଠ ଭୁତମୁଣ୍ଡାଇ ସୀମା ଚେକପୋଷ୍ଟ ଠାରେ ପାରାଦୀପ ଲକ ପୋଲିସ ପାଟ୍ରୋଲିଙ୍ଗ କରୁଥିବା ବେଳେ ଦୁଇଟି ସନ୍ଦିଗ୍ଧ ଅଟୋ ଓ କାର ମଧ୍ୟରୁ ପ୍ରାୟ ୧୭୫ ଲିଟର ଆସ୍କା ଫଟି ଦେଶୀ ମଦ ଜବତ କରିଛି । ଗୋଟେ ଅଟୋ ଓ କାର ମଧ୍ୟରୁ ଏହି ଆସ୍କା ଫଟି ଜବତ କରାଯାଇଛି । ପୋଲିସ ଏହି ଘଟଣାରେ ଦୁଇଟି ଗାଡିର ଡ୍ରାଇଭରଙ୍କୁ ଗିରଫ କରିବା ସହ ୬ ଟି ମୋବାଇଲ, ଦୁଇ ଟି ଗାଡି ଓ ଦେଶୀ ମଦ ଜବତ କରିଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ଗିରଫ କରି ସୋମବାର ଦିନ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଲକ ଥାନା ଆଇଆଇସି ।