ସିନ୍ଦୂର ପାଇଁ ଦାଣ୍ଡ ଦୁଆରେ ବସି ବୋହୂର ସ୍ୱୀକୃତି ପାଇଁ ଗୁହାରୀ କରୁଛନ୍ତି ପ୍ରେମିକା । ପ୍ରେମିକଙ୍କ ପରିବାର ଲୋକ ଗ୍ରହଣ କରିବେ ବୋଲି ପ୍ରେମିକା ଜଣକ ଦାଣ୍ଡ ଦୁଆରେ ଧାରଣାରେ ବସିଥିଲେ ଏବଂ ବୋହୂର ସ୍ୱୀକୃତି ପାଇଁ ଗୁହାରୀ କରିଥିଲେ କିନ୍ତୁ ନିଷ୍ଠୁର ପ୍ରେମିକ ମାଡ ମାରି ତଡି ଦେଇଥିଲେ ପ୍ରେମିକାଙ୍କୁ । ଏପରି ଚିତ୍ର ଆସିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବଥର୍ଲା ନିକଟସ୍ଥ ଅତିଥିପଡ଼ା ଠାରୁ । ସୂଚନା ମୁତାବକ ଯୁଧିଷ୍ଠିର ନାଗ ଏବଂ ପୀଡ଼ିତା ଯୁବତୀ ଗତ ୨୦୧୯ ମସିହାରେ ଫୋନକଲ ମାଧ୍ୟମରେ ଉଭୟଙ୍କ ପ୍ରେମ ହୋଇଥିଲା, ପରେ ଉଭୟେ ଘରୁ ଚମ୍ପଟ ମାରି ତାମିଲନାଡୁ ରାଜ୍ୟ ସ୍ଥିତ ନେଲ୍ଲୋର ଠାରେ କାମକରି ରହୁଥିଲେ ।
ସେସମୟରେ ଯୁଧିଷ୍ଠିର ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା।ତାମିଲନାଡୁ ରୁ ଫେରିବା ପରେ ପ୍ରେମିକାଙ୍କୁ ତାଙ୍କ ଘରେ ଛାଡ଼ିଦେଇ ଆଉ ଧରା ଛୁଆଁ ଦେଉନଥିଲା ପ୍ରେମିକ ଫଳରେ ବାଧ୍ୟ ହୋଇ ଅନ୍ୟ ବିକଳ୍ପ ନପାଇ ପୀଡ଼ିତା ଯୁବତୀ ଯୁଧିଷ୍ଠିର ର ଘର ଦାଣ୍ଡରେ ଧାରଣା ଦେଇଥିବା ବେଳେ ପ୍ରେମିକ ପିଡିତା ଙ୍କୁ ମାଡମାରି ଘଉଡ଼ାଇବା କୁ ଚେଷ୍ଟା କରିଥିବା ପୀଡିତା ପ୍ରେମିକା ଅଭିଯୋଗ ନେଇ ପାଟଣାଗଡ଼ ଥାନାର ଦ୍ୱାରସ୍ତ ହୋଇଥିବା ସୂଚନା ମିଳିଛି l