ଯାଜପୁର: ଦିନକୁ ଦିନ ବଢି ଚାଲିଛି ଭାଲୁଙ୍କ ଆକ୍ରମଣ। ଫଳରେ ଅକାରଣେ ଅନେକ ଲୋକଙ୍କର ଜୀବନ ଚାଲିଯାଉଛି। ସେହିପରି ଯାଜପୁର ରୋଡ ବନାଞ୍ଚଳ କୋରାବନ୍ଦୀ ଗାଁରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇପଛନ୍ତି। ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି। ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଦୂରି ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଶୁକ୍ରବାର ଭୋର୍ ସମୟରେ କୋରାବନ୍ଦୀ ଗାଁର ଲକ୍ଷ୍ମଣ ପରିଡା ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ହଠାତ୍ ଜଙ୍ଗଲ ଭିତରୁ ଏକ ଭାଲୁ ଆସି ଲକ୍ଷ୍ମଣଙ୍କୁ ଆକ୍ରମଣ କରିଥିଲା। ଯାହାଫଳରେ ତାଙ୍କ ଦେହରେ ଗଭୀର ଆଘାତ ଲାଗିଥିଲା। ଏହାପରେ ଗୁରୁତର ଅବସ୍ଥାରେ ଲକ୍ଷ୍ମଣଙ୍କୁ ଉଦ୍ଧାର କରି ପ୍ରଥମେ ଯାଜପୁର ରୋଡ ମେଡିକାଲ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଘଟଣା ପରେ ସ୍ଥାନୀୟ ଭୟର ବାତାବରଣ ଖେଳି ଯାଇଛି।