ନୂଆଦିଲ୍ଲୀ: ଉଚ୍ଚତମ ନ୍ୟାୟାଳୟ ପୂରା ଭାରତରେ ଭୋଟର ତାଲିକାର ସ୍ୱତନ୍ତ୍ର ପୁନଃନିରୀକ୍ଷଣ(ଏସଆଇଆର) କରାଇବା ଆୟୋଗ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେଇଥିବା ପିଟିସନ ଉପରେ ନଭେମ୍ବର ୧୧ରେ ଶୁଣାଣି କରିବେ । ଅଣ ସରକାରୀ ସଂଗଠନ ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମ ପକ୍ଷରୁ ହାଜର ଆଡଭୋକଟେ୍ ପ୍ରଶାନ୍ତ ଭୂଷଣ କହିଛନ୍ତି, ଏହି ପ୍ରସଙ୍ଗ ଗଣତନ୍ତ୍ରର ମୂଳ ସହ ଜଡିତ । ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲା ବାଗଚୀ ମାମଲା ଉପରେ ନଭେମ୍ବର ୧୧ରେ ଶୁଣାଣି ଆରମ୍ଭ ହେବ ବୋଲି କହିଛନ୍ତି।
ପୀଠ କହିଛନ୍ତି, ନଭେମ୍ବର ୧୧ରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ସୂଚୀବଦ୍ଧ ରହିଛି । ତଥାପି ଅନ୍ୟ ମାମଲା ସହ ସାର ମାମଲାରୁ ସମୟୋଜିତ ଭାବେ ଶୁଣାଣି ଆରମ୍ଭ କରିବାକୁ ଚେଷ୍ଟା କରିବୁ । ଭୂଷଣ କହିଛନ୍ତି, ମାମଲାର ତତ୍କାଳ ଶୁଣାଣି ହେବା ଉଚିତ୍ କାରଣ ବିଭିନ୍ନ ରାଜ୍ୟରେ ସାର ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ସୁପ୍ରିମକୋର୍ଟ ପୂର୍ବରୁ ହିଁ ବିହାରରେ ଏସଆଇଆରକୁ ଚ୍ୟାଲେଞ୍ଜ ଦେଇ ଦାଖଲ ଯାଚିକା ଉପରେ ଶୁଣାଣି କରୁଛନ୍ତି ।
ନିର୍ବାଚନ ଆୟୋଗ ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ପୁନଃନିରୀକ୍ଷଣ ପ୍ରକ୍ରିୟାକୁ ସଠିକ ଦର୍ଶାଇଛନ୍ତି । ଅକ୍ଟୋବର ୧୬ରେ କୋର୍ଟରେ ଆୟୋଗ ତର୍କ ଦେଇଥିଲା ଯେ, ଯାଚିକାକର୍ତ୍ତା ରାଜନୈତିକ ଦଳ ଓ ଅଣ ସରକାରୀ ସଂଗଠନ ଏହି ପ୍ରକ୍ରିୟାକୁ କେବଳ ବଦନାମ କରିବା ପାଇଁ ମିଥ୍ୟା ଆରୋପ ଲଗାଇ ସନ୍ତୁଷ୍ଟ ହେଉଛନ୍ତି । ଆୟୋଗ ନ୍ୟାୟାଳୟରେ ଏହା ମଧ୍ୟ କହିଥିଲ ଯେ, ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବା ପରେ ଯେଉଁ ଭୋଟରଙ୍କ ନାଁ ହଟିଛି ସେମାନଙ୍କ ମଧ୍ୟରୁ ଜଣେ ବି ଅପିଲ୍ କରି ନାହାନ୍ତି ।
Also read: ମନ ଦୁଃଖ କରନ୍ତୁ ନାହିଁ, ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପାଇଲଟଙ୍କ ପିତାଙ୍କୁ ସାନ୍ତ୍ୱନା ଦେଲେ ସୁପ୍ରିମେକାର୍ଟ