ରାୟଗଡା: ଅତି ନିର୍ମମ ଭାବେ ଉତ୍ତରାଖଣ୍ଡ ଲାଲପୁରରେ ଓଡ଼ିଶା ଝିଅକୁ ହତ୍ୟା। ମୃତ ଯୁବତୀ ହେଲେ ରାୟଗଡା ଜିଲ୍ଲା ଜେକେପୁର ଅଞ୍ଚଳର ୨୩ ବର୍ଷିୟ ସୃଷ୍ଟି ଶର୍ମା। ସୃଷ୍ଠିଙ୍କୁ ତାଙ୍କ ଘର ମାଲିଙ୍କ ପୁଅ ଅମିତ କୁମାର ହତ୍ୟା କରିଥିବା ନେଇ ପୋଲିସ ସୂଚନା ଦେଇଛି। ତେଣୁ ଅଭିଯୁକ୍ତକୁ ଗିରଫ କରି ପଚାରଉଚରା କରିବାରୁ ସେ ହତ୍ୟା କରି ମୃତଦେହକୁ ବାଡୋର ନଦୀରେ ଫିଙ୍ଗି ଦେଇଥିବା ନେଇ ସ୍ବୀକାର କରିଛି।
ସୂଚନା ଅନୁସାରେ, ଗତ ୬ ମାସ ହେବ ସୃଷ୍ଠି ଉତ୍ତରାଖଣ୍ଡର ଲାଲପୁରରେ ଏକ କମ୍ପାନୀରେ ଇଣ୍ଟର୍ନସିପ୍ କରୁଥିଲେ। ତେଣୁ ସେଠାରେ କାମେଶ୍ବର ସିଂ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ାରେ ରହୁଥିଲେ। ଗତ ମଙ୍ଗଳବାର ଦିନ ପରିବାର ଲୋକେ ସୃଷ୍ଟିକୁ ଫୋନରେ ଯୋଗାଯୋଗ କରିବାରୁ କୌଣସି ଉତ୍ତର ନମିଳିବାରୁ ସୃଷ୍ଟିଙ୍କ ସଂପର୍କିୟ ବୁଧୁବାର ଦିନ ଲାଲାପୁରରେ ପହଞ୍ଚିଥିଲେ। ବହୁ ଖୋଜାଖୋଜି ପରେ ପତ୍ତା ନମିଳିବାରୁ ସ୍ଥାନୀୟ ପୁଲିସରେ ନିଖୋଜ ମାମଲା ଦାଏର କରିଥିଲେ।
ପୋଲିସ ସିସିଟିଭି ଆଧାରରେ ଘର ମାଲିକଙ୍କ ପୁଅ ଅମିତ କୁମାରଙ୍କୁ ପଚରା ଉଚରା କରିଥିଲା । ସୃଷ୍ଟିଙ୍କୁ ହତ୍ୟା କରିଥିବା ସ୍ୱିକାର କରିଥିବା ସୂଚନା ମିଳିଛି। ହତ୍ୟା କରିବା ପରେ ପଥର ବାନ୍ଧି ସ୍ଥାନୀୟ ବାଡୋର ନଦୀରେ ଫିଙ୍ଗି ଦେଇଥିବାର ପୁଲିସ ଆଗରେ ଅମିତ ସ୍ବିକାର କରିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ। ତେବେ ଅଧିକ ତଦନ୍ତ ପରେ ମୁଖ୍ୟ କାରଣ ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି।