ଏବେ ଆକ୍ସନ ମୋଡ଼ରେ ବିଏମସି । ଏଣିକି ଘର ବାହାରେ ଅଳିଆ ପକେଇଲେ ଆଉ ନିସ୍ତାର ନାହିଁ । ଗଳି ଗଳି ବୁଲିବା ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଟିମ୍ ସାଇନ୍ । ଟିମ୍ ସାଇନର ଅର୍ଥ ସାନିଟେସନ ଏବଂ ହାଇଜିନ୍ ଇନିସପେକ୍ସନ ଫର୍ ନିଟ୍ ଏନଭାୟରମେଣ୍ଟ ।
ଆଜି ଏହାର ବିଧିବଦ୍ଧ ଶୁଭାରମ୍ଭ କରିବେ ଭୁବନେଶ୍ୱର ମେୟର ଓ କମିଶନର । ରାଜଧାନୀରେ ବୁଲିବେ ୧୦ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍, ପ୍ରତି ଟିମରେ ରହିବେ ୫ ଜଣ ସଦସ୍ୟ । ପ୍ରତି ଟିମର ନେତୃତ୍ୱ ନେବେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ । ଆଜି ସକାଳୁ ବିଏମସି ଟିମ ସାଇନ ବା ଏନଫୋର୍ସମେଣ୍ଟ ଟିମ ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ବିଏମସି ଅଫିସ ଯାଏଁ ରୋଡ ସୋ ମାଧ୍ୟମରେ ରାଜଧାନୀ ବାସିନ୍ଦାଙ୍କୁ ସାନିଟେସନ୍ ନେଇ ସଚେତନ କରିବାକୁ ପ୍ରୟାସ କରିଛି । ଏହି ଟିମର ସଦସ୍ୟମାନେ ଗଳିକନ୍ଦି ବୁଲି ବୁଲି ଯାଞ୍ଚ କରିବେ । ପରିବେଶ ସଫାସୁତୁରା ରଖିବା ପାଇଁ ଲୋକଙ୍କୁ ସଚେତନ କରିବା ସହ କେହି ଘର ସାମ୍ନାରେ ଅଳିଆ ପକାଇଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବେ ।
ଅଧିକ ପଢନ୍ତୁ;- ରାଜଧାନୀରେ ଏଣେତେଣେ ପୋଷ୍ଟର, ହୋଡିଂ ମାରୁଥିଲେ ସାବଧାନ