ରାଜଧାନୀରେ ଏଣେତେଣେ ପୋଷ୍ଟର ମାରୁଥିଲେ ହୋଇଯାଆନ୍ତୁ ସାବଧାନ୍ । କାରଣ ଆପଣଙ୍କୁ ଗଣିବାକୁ ପଡିପାରେ ମୋଟା ଅଙ୍କର ତଣ୍ଡ । କାହିଁକି ନା ଏତେତେଣେ ପୋଷ୍ଟର ମାରିଲେ ଏବେ ମୋଟା ଅଙ୍କର ଜରିମାନା ଆଦାୟ କରୁଛି ଭୁବନେଶ୍ୱର ମହାନଗର ନିଗମ । ଏହିକ୍ରମରେ ବିଏମସି ଯାତ୍ରା ଦରବାର ଏବଂ ଏକ ଘରୋଇ ଟିଭି ଚ୍ୟାନେଲକୁ ଫାଇନ୍ କରିଛି । ରାଜଧାନୀର ଏଣେତେଣେ ପୋଷ୍ଟର ମାରୁଥିବାରୁ ଏହି ଫାଇନ୍ କଟାଯାଇଛି ।
ବେଆଇନ୍ ଭାବେ ପୋଷ୍ଟର ଲଗାଇଥିବାରୁ ଯାତ୍ରା ବିଶ୍ୱ ଦରବାରକୁ ୫୦ ହଜାର ଟଙ୍କା ଜରିମାନା କରାଯାଇଛି । ସେହିପରି ଏକ ଘରୋଇ ଟିଭି ଚ୍ୟାନେଲକୁ ମଧ୍ୟ ହୋଡିଂ ୫୦ ହଜାର ଟଙ୍କା ଜରିମାନା କରାଯାଇଛି । ଏନେଇ ବିଏମସି ଟୁଇଟ୍ କରି ସୂଚନା ଦେଇଥିବାବେଳେ । ଆଗକୁ ଯଦି କେହି ହୋଡିଂ କିମ୍ବା ପୋଷ୍ଟର ଲଗାଇଲେ ଫାଇନ୍ କରାଯିବ ବୋଲି ସୂଚନା ଦିଆଯାଇଛି ।