ସୋମବାର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ଏବଂ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୁପାନ୍ତିକରଣ ପାଇଁ ଏକ କାର୍ଯ୍ୟ କ୍ରମର ଆୟୋଜନ ହୋଇଥିଲା । କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ର ବିଭିନ୍ନ ବ୍ଳକ ରୁ ମହିଳା ମାନଙ୍କୁ ଆଣି ବହୁ ସମୟ ପର୍ଯ୍ୟନ୍ତ ଅପେକ୍ଷା କରାଗଲା । ଅପେକ୍ଷାକରି ମହିଳାମାନେ ଶେଷରେ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଚାଲି ଯାଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭି କେ ପଣ୍ଡିଆନ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇ ହସ୍ପିଟାଲର ଉଦଘାଟନ କରାଇଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ କେବଳ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କିଛି ବିଜେଡ଼ିର ନେତା ମାନେ ଉପସ୍ଥିତ ଥିବାବେଳେ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ଥାନୀୟ ବିଧାୟକ ଙ୍କୁ ଅବଗତ କରାଯାଇ ନଥିଲା । ଘଟଣାକୁ ନେଇ ସ୍ଥାନୀୟ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ସରକାରୀ ପ୍ରୋଟୋକଲ ଅନୁସାରେ କାର୍ଯ୍ୟକ୍ରମକୁ ଜିଲ୍ଲାର କୌଣସି ବିଧାୟକ ଙ୍କୁ ନଡାକି ଜିଲ୍ଲାପାଳ ବିଜେଡି ପ୍ରେମ ଦେଖାଉଛନ୍ତି । ଜିଲ୍ଲାପାଳ ବିଜେଡି ପାଇଁ କାମ କରି ସ୍ଥାନୀୟ ବିଧାୟକ ମାନଙ୍କୁ ଅଣ ଦେଖା କରି କେବଳ ସାଂସଦ ଙ୍କୁ ଧରି କାର୍ଯ୍ୟକ୍ରମ କରୁଛନ୍ତି ତେଣୁ ବିଧାୟକ ନଥିବାରୁ ଜନସାଧାରଣ ସଭାର ମଧ୍ୟ ଭାଗରୁ ଚାଲିଆସିଛି ।
ଅଧିକ ପଢନ୍ତୁ : ଧଳାଜହର ବ୍ୟବସାୟୀଙ୍କୁ ଗିରଫ କଲା ପୋଲିସ