ବ୍ରହ୍ମପୁର: ବ୍ରହ୍ମପୁରରେ ଚାଞ୍ଚଲ୍ୟ। ଗୁଳିମାଡ଼ରେ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପୂରା ବ୍ରହ୍ମପୁର ସହରରେ ଆତଙ୍କ ଖେଳାଇ ଦେଇଛି। ଘର ନିକଟ ବୈକୁଣ୍ଠନଗର ମୁଖ୍ୟ ଗଳିରେ ଦୁଇ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୧୦ଟାରେ ପୀତବାସଙ୍କୁ ଅଟକାଇ ବଚସା କରିବା ପରେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଘଟଣାପରେ ଫେରାର ମାରିଛନ୍ତି ଦୁଇ ଅପରାଧୀ। ସ୍ଥାନୀୟ ଲୋକେ ପୀତବାସଙ୍କୁ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପୀତବାସଙ୍କୁ ମୃତ୍ୟୁ ଘୋଷଣା କରିଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତରେ ଜୁଟି ଯାଇଛି। ପୀତବାସ ପଣ୍ଡା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ଥିଲେ।
ତେବେ କିଏ ଓ କାହିଁକି ତାଙ୍କ ଉପରକୁ ଆକ୍ରମଣ କରିଛି ତାର କାରଣ ଜଣା ପଡ଼ିନଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ପୀତବାସଙ୍କ ମୃତ୍ୟୁ ଖବର ପାଇ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସମେତ ବିଜେପିର ବହୁ କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ପୀତବାସ ବିଜେପି ଦଳର ସକ୍ରିୟ ସଦସ୍ୟ ଥିଲେ। ପୂର୍ବ ସରକାରର ବିଭିନ୍ନ ଦୁର୍ନୀତି ନେଇ ସେ ଖୁଲାସା କରୁଥିଲେ।
Also read: କଟକରେ ଇଣ୍ଟରନେଟ୍ କଟକଣା ଆଉ ୨୪ ଘଣ୍ଟା ବୃଦ୍ଧି, ପୂର୍ବ ପରି ବଳବତ୍ତର ରହିବ କଟକଣା