ଭୁବନେଶ୍ୱର: ରାଜ୍ଯର ଜେଲ କର୍ମଚାରୀଙ୍କ ପାଇଁ ଏକ କଲ୍ୟାଣକାରୀ ପଦକ୍ଷେପ ନେଲେ ସରକାର।ଦୁଇ ଗୁଣା ପୋଷାକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜେଲ ଅଧିକାରୀ ଏବଂ କର୍ମଚାରୀଙ୍କ ପୋଷାକ ପାଇଁ ବାର୍ଷିକ ଭତ୍ତା ଦ୍ୱିଗୁଣିତ କରିବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।
ସୂଚନା ମୁତାବକ, ୩୭୮ ଅଧିକାରୀଙ୍କ ପୋଷାକ ଭତ୍ତା ୩୦୦୦ରୁ ୬୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏପରିକି ଚିଫ ୱାଡର୍ର୍, ୱାଡର୍ର୍ ଓ ମହିଳା ୱାର୍ଡରଙ୍କ ପୋଷାକ ଭତ୍ତା ୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବର୍ଷକୁ ଅତିରିକ୍ତ ୯୬.୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହାଦ୍ବାରା ସମସ୍ତ ଜେଲ କର୍ମଚାରୀ ଓ ଅଧିକାରୀ ଉପକୃତ ହେବେ। ଚଳିତ ଆର୍ଥିକ ବର୍ଷରୁ ଏହି ନୂଆ ପୋଷାକ ଭତ୍ତା ଲାଗୁ କରାଯିବ। ଅଧିକାରୀମାନେ କହିଛନ୍ତି ଯେ ଏହି ଭତ୍ତା ବୃଦ୍ଧି ଫ୍ରଣ୍ଟଲାଇନ୍ ଜେଲ କର୍ମଚାରୀଙ୍କ ଉପରେ ଆର୍ଥିକ ବୋଝ କମ୍ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଫଳରେ ସେମାନଙ୍କର କର୍ତ୍ତବ୍ୟର ଅଂଶ ଭାବରେ ନିର୍ଦ୍ଧାରିତ ୟୁନିଫର୍ମ ବଜାୟ ରଖିବାକୁ ସେମାନେ ବାଧ୍ୟ ଅଟନ୍ତି ।