ପଟ୍ଟାମୁଣ୍ଡାଇ: ପୂର୍ବତନ ବିଜେଡ଼ି ବିଧାୟକ ଅଂଶୁମାନ ମହାନ୍ତି ସର୍ପାଘାତର ଶିକାର ହୋଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକରେ ବନ୍ୟାଞ୍ଚଳ ପରିଦର୍ଶନ କରୁଥିବାବେଳେ ଅଂଶୁମାନଙ୍କୁ ସାପ କାମୁଡ଼ିଛି । ଏହା ପରେ ସେ ତୁରନ୍ତ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି ।
ଅଂଶୁମାନ ଆଜି ପଟ୍ଟାମୁଣ୍ଡାଇ ବ୍ଲକ ବାଛରା ଓ ମଣ୍ଡପଡା ଗ୍ରାମରେ ବନ୍ୟା ଅଂଚଳ ବୁଲୁଥିବା ବେଳେ ତାଙ୍କୁ ଏକ ସାପ କାମୁଡ଼ିଛି । ବନ୍ୟାଞ୍ଚଳ ବୁଲିକି ଆସିବା ପରେ ଡଙ୍ଗାରେ ବସିବା ପରେ ଗୋଡ଼ରେ କିଛି କାମୁଡ଼ିଥିବା ଜଣାପଡ଼ିଥିଲା । ଏହା ପରେ ସେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ରକ୍ତ ନମୂନା ଦେଇଥିବାବେଳେ ପ୍ରାଥମିକ ଚିକିତ୍ସା କରାଇଛନ୍ତି । ଏହା ସାପ କାମୁଡ଼ା କି ଆଉ କଣ ତାହା ସ୍ପଷ୍ଟ ହୋଇନଥିବା କହିଛନ୍ତି ଅଂଶୁମାନ ।