ସୁନ୍ଦରଗଡ : ଭିଜିଲାନ୍ସ ହାତରେ ଧରା ପଡିଲେ ସୁନ୍ଦରଗଡ଼ ଲାଠିକଟାର ତହସିଲଦାର ମୁରଲୀଧର ଉର୍ମାଲ୍। ୫ ଲକ୍ଷ ଟଙ୍କା ନେଇ ଆସିଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଲାଠିକଟା ଅଫିସ୍ରୁ ରାଉରକେଲା ଆସିବା ବାଟରେ ଧରାପଡ଼ିଲେ। କାର୍ ସହ ୫ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ।
ସୂଚନା ଅନୁଯାୟୀ ପ୍ରାୟ ୫ଟା ବେଳେ ତହସିଲଦାର ଉର୍ମାଲ୍ ଭଡ଼ାକୁ ନିଆଯାଇଥିବା ସରକାରୀ ସ୍କୋର୍ପିଓ ଗାଡ଼ିରେ ଲାଠିକଟା ସ୍ଥିତ କାର୍ଯ୍ୟାଳୟରୁ ରାଉରକେଲା ନିଜ ଘରକୁ ଯାଉଥିଲେ। ପୂର୍ବରୁ କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ୍ ତାଙ୍କୁ ରାଜବାସା ଛକ ନିକଟରେ ଅଟକାଇ ଯାଞ୍ଚ କରିଥିଲା।ଗାଡ଼ିରୁ ୫ଲକ୍ଷ ଟଙ୍କା ନଗଦ ଜବତ ହୋଇଥିଲା। ଏହି ଟଙ୍କା କେଉଁଠାରୁ ଆଣିଲେ ସେ କୌଣସି ହିସାବ ଦେଇପାରିନଥିଲେ। ଯେଉଁଥିପାଇଁ ଭିଜିଲାନ୍ସ ଟିମ୍ ଅଟକ ରଖିବା ସହ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ସମ୍ଭାବନାରେ ତହସିଲଦାରଙ୍କ ଘର, କାର୍ଯ୍ୟାଳୟ ଆଦି ୩ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି।