ବଲାଙ୍ଗିର : ବର୍ବରତା ସୀମା ଡେଇଁଲେଣି ଅପରାଧୀ। ବଲାଙ୍ଗିର ରେ ଦେଖିବାକୁ ମିଳିଛି ଏମିତି ଏକ ଲୋମଟାଙ୍କୁରା ଘଟଣା।
ଦେଓଗାଁ ଥାନା ବାଗଡା ଗାଁ ପାଖ ପୋଖରୀରେ ଭାସୁଥିଲା ମୁଣ୍ଡ ବିହୀନ ଶବ । ଗାଁର ପାଣି ଟାଙ୍କି ନିକଟରେ ଥିବା ପୋଖରୀରେ ଭାସୁଥିବା ଅବସ୍ଥାରେ ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କରାଯାଇଛିି । ମୁଣ୍ଡ କାଟି ହତ୍ୟା ପରେ ତାଙ୍କୁ ଫିଙ୍ଗି ଦିଆଯାଇଥିଲା ନିକଟ ଘରୁ ମିଳିଲା ମୁଣ୍ଡ। ଖବର ପାଇ ଘଟଣାସ୍ଥଳରେ ଦେଓଗାଁ ପୋଲିସ । ଶବ ଉଦ୍ଧାର ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଶବ ମିଳିବାର କିଛି ସମୟ ପରେ ନିକଟ ଘରୁ ମିଳିଲା ମୁଣ୍ଡ। ଘରେ ମାଟି ଖୋଳି ମୁଣ୍ଡ ପୋତାଯାଇଥିଲା। ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ଦେଓଗାଁ ପୋଲିସ। ସାଙ୍ଗରେ ଆଣି ବଳି ଦେଇଥିବା ଅଭିଯୁକ୍ତ ସ୍ବୀକାର କରିଛି। ଘଟଣାକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ୍।