ଓଡ଼ିଶା ସୀମାନ୍ତ ଅଞ୍ଚଳ କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । କୋଟିଆରେ ଆନ୍ଧ୍ରର ସ୍ୱାସ୍ଥ୍ୟକର୍ମୀଙ୍କୁ ଘଉଡାଇଲେ ବ୍ଲକ ଅଧ୍ୟକ୍ଷା । କୋଟିଆ ଗ୍ରାମପୁଂଜକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଥମିବାର ନାଁ ନେଉନଥିବା ବେଳେ ଅନେକ ସମୟରେ ଆନ୍ଧ୍ରର ଅଧିକାରୀ ମାନେ କୋଟିଆ ଗ୍ରାମପୁଂଜ ସହିତ ସୀମାନ୍ତ ଗାଁ ଗୁଡ଼ିକରେ ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭନ ଦେଖାଇ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।
ସୂଚନା ଅନୁଯାୟୀ ଆନ୍ଧ୍ରର କିଛି ସ୍ୱାସ୍ଥ୍ୟକର୍ମୀ ଓଡ଼ିଶା ସୀମାରେ ଅନୁପ୍ରବେଶ କରିଥିଲେ । ପଟାଙ୍ଗି ବ୍ଲକ ନୂଆଗାଁ ପଞ୍ଚାୟତ ଗାଲିଗାବଦର ଗାଁରେ ପହଂଚି ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଥିଲେ ଆନ୍ଧ୍ରର ସ୍ୱାସ୍ଥ୍ୟକର୍ମୀ । ଏନେଇ ସୂଚନା ପାଇବା ପରେ ପଟାଙ୍ଗି ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି ତୁରନ୍ତ ସେଠାରେ ପହଂଚିଥିଲେ ଏବଂ ଆନ୍ଧ୍ରସ୍ୱାସ୍ଥ୍ୟକର୍ମୀଙ୍କୁ ତାଗିଦ୍ କରିବା ପରେ ସେମାନେ ଗାଁରୁ ଫେରିଯାଇଥିଲେ ।
ଅଧିକ ପଢନ୍ତୁ ;- ବାଙ୍କୀରେ ସଡ଼କ ଦୁର୍ଘଟଣାରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ