ଟାଙ୍ଗିଆ ଚୋଟରେ ବୃଦ୍ଧା ମୃତ୍ୟୁ । ଜଣେ ନାବଳକର ଟାଙ୍ଗିଆ ଚୋଟରେ ଜଣେ ବୟସ୍କା ଲୋକଙ୍କର ମୃତ୍ୟୁ ହୋଇଛି । ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗାର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ କୋଟ ଗାଁ ଅଞ୍ଚଳରେ । ନାବାଳକ ଜଣଙ୍କ ନିଜ ଘରପାଖ ପଡୋଶୀଙ୍କୁ ଟାଙ୍ଗୀଆରେ ହାଣି ଦେଇଥିବା ଅଭିଯୋଗ ରହିଛି । ବୃଦ୍ଧାଙ୍କ ବୟସ ପାଖାପାଖି 80 ବର୍ଷ ହେବ । ହେଲେ ଏହି ବୃଦ୍ଧ ଜଣଙ୍କୁ କଣ ପାଇଁ ହତ୍ୟା କରାଗଲା କାହାରି ପାଖରେ ଏହି ଖବର ନାହିଁ ।
ସୂଚନା ଅନୁସାରେ ଉକ୍ତ ଗ୍ରାମର ବୃଦ୍ଧା ତପି ନାଗ ଘର ପାଖରେ ଥିବା ବରଗଛ ତଳେ ଶୋଇଥିବା ବେଳେ । ପଡୋଶି ନାବାଳକ ଜଣକ ଏକ ଟାଙ୍ଗିଆ ରେ ତଣ୍ଟି କାଟି ଦେଇଥିଲା ଫଳରେ ଘଟଣାସ୍ଥଳରେ ତପିଙ୍କ ପ୍ରାଣ ବାୟୁ ଉଡିଯାଇଥିଲା l ସୂଚନା ପାଇ ତୁଷୁରା ଥାନାଅଧିକାରୀ ଏବଂ ସାଇଣ୍ଟିଫ ଟିମ ସହ ଉକ୍ତ ଗ୍ରାମ କୁ ଯାଇ ନାବାଳକ କୁ ଅଟକ ରଖିଥିଲେ । ଆଉ ସେହି ବୃଦ୍ଧାଙ୍କ ଶବକୁ ବେବଛେଦ ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ୍ ଓ ହସପିଟାଲ କୁ ପଠାଇ ଦିଆଯାଇଛି । ତେବେ ପୋଲିସ ଏହି ଘଟଣା ରେ ଏକ ହତ୍ୟା ମାମଲା ରୁଜୁକରି ଘଟଣା ର ତଦନ୍ତ କରୁଥିବା ଜଣା ପଡିଛି l
ଅଧିକା ପଢନ୍ତୁ: ଫୁଲବାଣୀ ଠାକୁରାଣୀ ଯାତ୍ରାରେ ଭକ୍ତଙ୍କର ଦେଖିବାକୁ ମିଳିଥିଲା ପ୍ରବଳ ଭିଡ