ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ ସାହୁଙ୍କୁ ଗିରଫ କରିଛି ପୋଲିସ । ସାଂସଦ ସୁଜିତ କୁମାରଙ୍କୁ ଠକି ଗିରଫ ହୋଇଛନ୍ତି ମନ୍ତ୍ରୀଙ୍କ ପୁଅ ଅଜିତ । ନୟାପଲ୍ଲୀ ଥାନା ପୋଲିସ ଅଜିତ ସାହୁଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ଜାଗା ଦେବାକୁ କହି ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଅଜିତ ସାହୁ । ୱାରେଣ୍ଟ ବଳରେ ନୟାପଲୀ ନୂଆସାହି ଆପାର୍ଟମେଣ୍ଟରୁ ଅଜିତଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅଜିତଙ୍କୁ ପଳାତକ ଘୋଷଣା କରିଥିଲା । ୨୦୨୪ରେ ଦିଲ୍ଲୀ ତୁଗଲକ ରୋଡ୍ ଥାନାରେ ଅଜିତଙ୍କ ନାମରେ ଠକେଇ ଅଭିଯୋଗ ହୋଇଥିଲା । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ବାରମ୍ବାର କୋର୍ଟର ସମନ ସତ୍ତ୍ୱେ ହାଜର ଅଜିତ ହୋଇନଥିଲେ ଫଳରେ ଅଜିତଙ୍କ ବିରୋଧରେ ୱାରେଣ୍ଟ ଇସୁ କରିଥିଲେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ। ବିଜେଡି ସରକାରରେ ପରିବହନ ମନ୍ତ୍ରୀ ଥିଲେ ନୃସିଂହ ସାହୁ ।