ନୟାଗଡ଼: ସୁଭଦ୍ରା ଯୋଜନା କେବଳ ଟଙ୍କା ବଣ୍ଟନର ଯୋଜନା ନୁହେଁ, ଏହା ନାରୀ ସଶକ୍ତୀକରଣର ଏକ ଶକ୍ତିଶାଳୀ ମାଧ୍ୟମ । ପ୍ରକୃତ ସଶକ୍ତୀକରଣର ଅର୍ଥ କେବଳ ଋଣ କିମ୍ବା ପ୍ରକୃତ ସଶକ୍ତୀକରଣର ଅର୍ଥ କେବଳ ଋଣ କିମ୍ବା ଆର୍ଥିକ ସହାୟତା ପ୍ରଦାନ ନୁହେଁ ନିଜ ଜୀବନ, ପରିବାର ଓ ସମାଜ ସମ୍ପର୍କରେ ନିଜେ ନିଷ୍ପତ୍ତି ନେବାର ଅଧିକାର ଓ ଆତ୍ମବିଶ୍ୱାସ ହାସଲ କରିବା ହିଁ ପ୍ରକୃତ ସଶକ୍ତୀକରଣ । ଆଜି ନୟାଗଡ଼ରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ନୟାଗଡ଼ ଜିଲ୍ଲାର ଲାଠିପଡ଼ାଠାରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ମ କିସ୍ତି ପ୍ରଦାନର ଶୁଭାରମ୍ଭ କରି ଯେ ଆଜିର ଦିନରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରୀ କରାଯାଇଥିଲା । ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ଡିବିଟି ମାଧ୍ୟମରେ ପଠାଯାଇଛି । ମୁଖ୍ୟମନ୍ତ୍ରୀ ନିଜକୁ ସମସ୍ତଙ୍କ ଭାଇ ବୋଲି କହିଛନ୍ତି । ଆଜିର ଦିନରେ ସେ ନିଜର ଭାଇର କର୍ତ୍ତବ୍ୟ କରିଥିବା କହିଛନ୍ତି । ସୁଭଦ୍ରାଙ୍କ ନାମ ଅନୁସାରେ ସୁଭଦ୍ରା ଯୋଜନା । ସମସ୍ତ ମହିଳା ହିତାଧିକାରୀ ଜଣେ ଜଣେ ସୁଭଦ୍ରା ।
ସୁଭଦ୍ରା ଯୋଜନା କେବଳ ଟଙ୍କା ବଣ୍ଟନର ଅବସର ନୁହେଁ, ନାରୀ ସଶକ୍ତୀକରଣର ପ୍ରତୀକ । ନାରୀ ସଶକ୍ତୀକରଣ କେବଳ କିଛି ଋଣ ଟଙ୍କାରେ ସମ୍ଭବ ନୁହେଁ । ପ୍ରକୃତ ସଶକ୍ତୀକରଣ ହେଉଛି ଯେତେବେଳେ ଜଣେ ନାରୀ ସାମାଜିକ, ରାଜନୈତିକ ଏବଂ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ।
ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ସୁଭଦ୍ରା ଯୋଜନାର ୫ମ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି । ମୋଟ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ଡିବିଟି ମାଧ୍ୟମରେ ପଠାଯାଇଛି।
ଏହି କାର୍ଯ୍ୟକ୍ରମରେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବାଚସ୍ପତି ସୁରମା ପାଢ଼ୀ, ସାଂସଦ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତି ଥିଲେ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ମଧ୍ୟ ବାନ୍ଧିଛନ୍ତି ।