ଭୁବନେଶ୍ୱର: ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଓଡ଼ିଶା ଫୁଡ୍ ସେଫ୍ଟି ବିଭାଗ ରାଜ୍ୟବ୍ୟାପୀ କଡ଼ା ଚଢ଼ାଉ ଆରମ୍ଭ କରିଛି। ଯାଞ୍ଚ ସମୟରେ ୩,୬୦୫ କେଜି ଅପମିଶ୍ରିତ ଓ ନିମ୍ନମାନର ଖାଦ୍ୟ ସାମଗ୍ରୀ ଧ୍ୱଂସ କରାଯାଇଥିବା ବେଳେ ₹୨,୮୪,୫୦୦ ଜରିମାନା ଆଦାୟ କରାଯାଇଛି।
ଫୁଡ୍ ସେଫ୍ଟି କମିଶନର ଡ. ପୋମା ଟୁଡୁଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ପୌରାଞ୍ଚଳର ଖାଦ୍ୟ ବ୍ୟବସାୟୀ ପ୍ରତିଷ୍ଠାନରେ ଏହି ସ୍ୱତନ୍ତ୍ର ଅଭିଯାନ ଚାଲିଛି।
କେଉଁଠି କେତେ ଖାଦ୍ୟ ନଷ୍ଟ?
- ଭୁବନେଶ୍ୱର (BMC): ୭୮୭ କେଜି, ୬୧ ନମୁନା, ₹୬୮,୫୦୦ ଜରିମାନା
- କଟକ (KMC): ୫୭୦ କେଜି
- ରାଉରକେଲା (RMC): ୧୨୩ କେଜି
- ପୁରୀ: ୧୨୦ କେଜି
- ବାଲେଶ୍ୱର: ୯୮ କେଜି
- ଢେଙ୍କାନାଳ: ୯୫ କେଜି
- କେନ୍ଦ୍ରାପଡ଼ା: ୯୫ କେଜି
- ସୁନ୍ଦରଗଡ଼: ୭୦ କେଜି
- ଏହାସହ କେନ୍ଦ୍ରାପଡ଼ାରେ ₹୪୪,୦୦୦, ଢେଙ୍କାନାଳରେ ₹୨୮,୦୦୦ ଓ ଭଦ୍ରକରେ ₹୩୧,୫୦୦ ଜରିମାନା ଆଦାୟ କରାଯାଇଛି।
ବିଭାଗ କହିଛି, ଏହି ଅଭିଯାନର ଉଦ୍ଦେଶ୍ୟ କେବଳ ଅପମିଶ୍ରିତ ଖାଦ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ଖାଦ୍ୟ ବ୍ୟବସାୟୀଙ୍କ ମଧ୍ୟରେ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ମାନଦଣ୍ଡ ପ୍ରତି ସଚେତନତା ବଢ଼ାଇବା ମଧ୍ୟ ରହିଛି। ପର୍ବ ସମୟରେ ଖାଦ୍ୟ କିଣିବା ବେଳେ ଲେବଲ, ପରିଷ୍କାରତା ଓ ଗୁଣବତ୍ତା ଯାଞ୍ଚ କରିବାକୁ ଗ୍ରାହକଙ୍କୁ ପରାମର୍ଶ ଦିଆଯାଇଛି।