ରାଜ୍ୟରେ ପୁଣି ଫେରୁଛି ବର୍ଷାର ପ୍ରକୋପ। ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି ଯେ, ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଆସନ୍ତାକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ଓଡ଼ିଶାରେ ୨୯ ଓ ୩୦ ଅଗଷ୍ଟରେ ବ୍ୟାପକ ବର୍ଷା ହେବା ସହ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି IMD ପୂର୍ବାନୁମାନ କରିଛି।
କେଉଁ ଜିଲ୍ଲାକୁ କେଉଁ ୱାର୍ଣ୍ଣିଂ?
- ଅରେଞ୍ଜ ୱାର୍ଣ୍ଣିଂ:- କେନ୍ଦୁଝର ଓ ମୟୂରଭଞ୍ଜ
- ୟେଲୋ ୱାର୍ଣ୍ଣିଂ - (୧୯ ଜିଲ୍ଲା):
ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼, ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ସମେତ ଅନ୍ୟାନ୍ୟ ଜିଲ୍ଲାରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଛି।
IMD ଅନୁସାରେ, ୩୧ ଅଗଷ୍ଟରେ ପଶ୍ଚିମ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ନଦୀ ଜଳସ୍ତର ବୃଦ୍ଧି ଓ ସ୍ଥାନୀୟ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ। ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବା, ଅନାବଶ୍ୟକ ଯାତ୍ରା ଏଡ଼ାଇବା ଓ ପାଣିପାଗ ବିଭାଗର ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।